Advertisment

ଚଳନ୍ତା ଟ୍ରେନରେ ଗୁଳି ଚଳାଇ ନେଇଥିଲେ ୪ ଜୀବନ; ଚାକିରିରୁ ବିଦା ହେଲେ RPF କନଷ୍ଟେବଳ

ଏନେଇ ଏକ ନିର୍ଦ୍ଦେଶନାମା ଗତ ୧୪ ତାରିଖରେ ମୁମ୍ବାଇ ସେଣ୍ଟ୍ରାଲ RPF ଡିଭିଜିନାଲ ସିକ୍ୟୁରିଟି କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

author-image
Niharika Rout
Chetan Singh Chaudhary

Chetan Singh Chaudhary

ଜୟପୁର- ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସରେ ଗତ ୩୧ ତାରିଖରେ ଗୁଳି କରି ୪ ଜଣଙ୍କୁ ହତ୍ୟା କରିଥିବା RPF କନଷ୍ଟେବଳ ଚେତନ ସିଂ ଚୌଧୁରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏନେଇ ଏକ ନିର୍ଦ୍ଦେଶନାମା ଗତ ୧୪ ତାରିଖରେ ମୁମ୍ବାଇ ସେଣ୍ଟ୍ରାଲ RPF ଡିଭିଜିନାଲ ସିକ୍ୟୁରିଟି କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ଚେତନ ଏବେ ଜେଲ୍‌ରେ ବନ୍ଦୀ ଥିବା ବେଳେ ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ତାଙ୍କ ପତ୍ନୀ। ଏପରିକି ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ, ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଦୀର୍ଘ ଦିନ ହେଲା ସେ ଏହି ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ବି ଚାଲିଛି ବୋଲି ସେ କହି ସାରିଛନ୍ତି।

ଚେତନଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, କିଛି ବର୍ଷ ପୂର୍ବେ ଘରେ ପଡ଼ି ଯାଇଥିବା ଚେତନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଫଳରେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ସେବେଠୁ ସେ ମାନସିକ ରୋଗରେ ପୀଡ଼ିତ ଅଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ଜୟପୁର-ମୁମ୍ବାଇ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ ଅଚାନକ କନଷ୍ଟେବଳ ଚେତନ ଆଖି ବୁଜା ଗୁଳିମାଡ଼ କରିଥିଲେ । ପ୍ରଥମେ ସେ ନିଜ ପାଖରେ ବସିଥିବା ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।

ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ଏହାପରେ କନଷ୍ଟେବଳ ଚେତନଙ୍କ ଗୁଳିମାଡ଼ରେ ଆଉ ୩ ସାଧାରଣ ଯାତ୍ରୀ ଆଖି ବୁଜିଛନ୍ତି। ନିଜ ଜୀବନ ବଞ୍ଚାଇବାକୁ ବଗିରେ ଥିବା ଯାତ୍ରୀମାନେ ଏଣେତେଣେ ଦୌଡ଼ିବାକୁ ଲାଗିଲେ।

ଗୁଳି ମାଡ଼ କରିବା ପରେ ଅଭିଯୁକ୍ତ ଚେତନ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ତେବେ ତାଙ୍କୁ ମୀରା ରୋଡ଼ ବୋରିବଲି ନିକଟରୁ ପୁଲିସ୍‌ ଗିରଫ କରିବା ସହ ବନ୍ଧୁକ ଜବତ କରିଥିଲା। ।

Rpf Jawan Suspend;