Advertisment

ଯାଜପୁର CT&GST; ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ଗିରଫ

ସେ ଟଙ୍କା ଚଳୁ କରି ସରକାରୀ ତହବିଲକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Binay Bhusan Tripathy

Binay Bhusan Tripathy

Advertisment

ସରକାରୀ ଟିକସ ହେରଫେର ଅଭିଯୋଗରେ ଯାଜପୁର CT&GST ଏନ୍ ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କର ଦୁଇ ଜଣ ସହଯୋଗୀ ଜ୍ୟୋତି ପଟ୍ଟନାୟକ ଓ ମହମ୍ମଦ ଗୁଲାମ।

Advertisment

ଗତ ମେ’ ମାସ ୭ ତାରିଖର ରାତି ଗୋଟାଏ ବେଳେ ଯାଜପୁରର ରେବେଣାରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ ବିନୟ ଭୂଷଣ ତ୍ରିପାଠୀ ଏକ ମାଲ ବୋଝେଇ ଗାଡ଼ିକୁ ଅଟକାଇଥିଲେ। ସେଥିରେ ୨୨,୨୪୦ କେଜି ଓଜନର ସ୍କ୍ରାପ ବୋଝେଇ ହୋଇଥିଲା, ଯାହାର ମୂଲ୍ୟ ୮ ଲକ୍ଷ ୮୯ ହଜାର ୬୦୦ ଟଙ୍କା। ଗାଡ଼ିଟିକୁ ଅଟକାଇ ସେ ଏହାର ମାଲିକଙ୍କୁ ଫୋନ୍ କରି ୨.୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ଟ୍ରକ୍ ଛାଡ଼ିବେନି ବୋଲି କହିଥିଲେ। କିନ୍ତୁ ତାଙ୍କର ଏହି ଉଦ୍ୟମ ଫେଲ୍ ମାରିଥିଲା। ତେଣୁ ସେ ଜିଏସ୍‌ଟି ନିୟମ ଆଧାରରେ ମନ୍ଦ ଉଦ୍ଦେଶ୍ୟ ରଖି ସ୍କ୍ରାପ୍ ଜବତ କରିଥିଲେ। ତେବେ ପରେ ସେ ସେହି ସ୍କ୍ରାପକୁ ଅନ୍ୟ ଜଣେ ସ୍କ୍ରାପ୍ ଡିଲରଙ୍କୁ ବିକ୍ରି କରି ଦେଇଥିଲେ। ସରକାରୀ ତହବିଲକୁ ଅଳ୍ପ କିଛି ଅର୍ଥ ଦେଇ ସେ ପ୍ରାୟ ୫ ଲକ୍ଷ ୮୫ ହଜାର ୩୫୬ ଟଙ୍କା ଚଳୁ କରି ଦେଇଥିଲେ। ଟିକସ ଛାଡ଼ କରିଦେବା ନେଇ ସେ ଏମିତି ବହୁ ଟ୍ରାନ୍ସପୋଟର ଓ ସପ୍ଲାୟରଙ୍କଠାରୁ ବହୁ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।

ଲାଞ୍ଚ ଅର୍ଥକୁ ବିନୟ ଭୂଷଣ ତ୍ରିପାଠୀ ନଗଦ ଆକାରରେ ନେଇ ତାଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଥିବା ଏକାଉଣ୍ଟରେ ଜମା କରୁଥିଲେ। ପରେ ସେଗୁଡ଼ିକୁ ଫିକ୍ସ ଡିପୋଜିଟ୍‌ରେ ପରିଣତ କରି ଦେଉଥିଲେ। ସେ ତାଙ୍କ ବାପା ମାଧବ ତ୍ରିପାଠୀଙ୍କ ନାଁରେ ମଧ୍ୟ ଏକାଉଣ୍ଟ ଖୋଲି ସେଥିରେ ଲାଞ୍ଚ ଅର୍ଥ ଜମା କରୁଥିଲେ। ଭିଜିଲାନ୍ସର ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ ବିନୟ ଭୂଷଣ ତ୍ରିପାଠୀଙ୍କ ବାପା ଏ ବିଷୟରେ କିଛି ଜାଣି ନଥିଲେ। ତାଙ୍କ ନାଁରେ ଏକାଉଣ୍ଟ ଥିବା ଓ ନିୟମିତ ଭାବେ ସେହି ଏକାଉଣ୍ଟରେ ଟଙ୍କା ଜମା ହେଉଥିବା କଥା ସେ ଜାଣି ନଥିବା କହିଥିଲେ। ବିନୟ ଭୂଷଣ ତ୍ରିପାଠୀଙ୍କଠାରୁ ଏକାଧିକ ପାସ୍‌ବୁକ୍ ଜବତ କରିଛି ଭିଜିଲାନ୍ସ।

Advertisment

ବିନୟ ଭୂଷଣ ତ୍ରିପାଠୀଙ୍କ ସହିତ ଗିରଫ ହୋଇଥିବା ଜ୍ୟୋତି ପଟ୍ଟନାୟକ ମିଛରେ ନିଜକୁ ଜବତ ସ୍କ୍ରାପ୍‌ର ମାଲିକ ବୋଲି କହିଥିଲେ। ସେହିପରି ମହମ୍ମଦ ଗୁଲାମ ଜଣେ ସ୍କ୍ରାପ୍ ଡିଲର। ସେ ବିନୟ ଭୂଷଣ ତ୍ରିପାଠୀଙ୍କଠାରୁ ଉକ୍ତ ସ୍କ୍ରାପ୍ କିଣିଥିଲେ।

ସୂଚନାଯୋଗ୍ୟ, ବିନୟ ଭୂଷଣଙ୍କର ଭୁବନେଶ୍ୱର ୟୁନିଟ୍ ୨ରେ ଥିବା କ୍ୱାର୍ଟର୍ସ ଓ ଖୋର୍ଦ୍ଧାରେ ଥିବା ପୈତୃକ ଘର ସମେତ ୫ଟି ସ୍ଥାନରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।  

GST Scam GST
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe