ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରରେ ଅଳଙ୍କାର ଦୋକାନରୁ ଲୁଟ୍ ଅଭିଯୋଗରେ ୫ ମହିଳାଙ୍କ ସମେତ ୩ ପୁରୁଷ ଲୁଟେରା ଧରାପଡ଼ିଛନ୍ତି। ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସରେ ଜିମା ଦେଇଥିଲେ। ସେମାନେ ପ୍ରଥମେ ଏକ ଅଳଙ୍କାର ଦୋକାନରେ ପଶିବା ପରେ ସେଠାରୁ ଲୁଟ୍ ଉଦ୍ୟମରେ ବିଫଳ ହେବାରୁ ଅନ୍ୟ ଏକ ଦୋକାନରେ ପଶି ଗହଣା ଚୋରି କରିଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରଥମ ଗହଣା ଦୋକାନର ସିସିଟିଭି ଫୁଟେଜକୁ ଦେଖି ସ୍ଥାନୀୟ ଲୋକେ ଅଭିଯୁକ୍ତ ମାନଙ୍କୁ ଧରିଥିଲେ। ଯାଜପୁର ରୋଡ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ଗହଣା, ନଗଦ ଟଙ୍କା ଓ ମୋବାଇଲ ଫୋନ୍ ସହ ଏକ ସ୍କୋର୍ପିଓ ଗାଡ଼ି ଜବତ କରିଛି। ତେବେ ଘଟଣାସ୍ଥଳରୁ ଜଣେ ଲୁଟେରା ଖସିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।
Crime
ନକ୍ସଲ ନା ଗାଁ ମୁଖିଆ? ମାଲକାନଗିରି ଏନକାଉଣ୍ଟରରେ ଟଳିଥିବା ବ୍ୟକ୍ତିଙ୍କୁ ନେଇ ସସ୍ପେନ୍ସ
ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।