ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭଡ଼ଙ୍ଗା ଛକ ନିକଟରୁ ମଙ୍ଗଳବାର ଦିନ ଜବତ ହୋଇଥିବା ଜଣେ ଅଚିହ୍ନା ଯୁବକର ମୃତ ଦେହର ଚିହ୍ନଟ କରାଯାଇଛି। ମୃତକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ରଧାନାଥପୁର ଗ୍ରାମର ତାପସ ନାୟକ। ତାପସ ବାଲେଶ୍ୱରରେ ଏକ ଘରୋଇ ଇଂଜିନିୟରିଂ କଲେଜରେ ଡିପ୍ଲୋମା କରିବା ସହିତ ନିଜର ପଢ଼ା ଖର୍ଚ୍ଚ ପାଇଁ ଏଠାରେ ଦୀପ୍ତିକାନ୍ତ ପଣ୍ଡାଙ୍କ ଘରେ ରହି ତାଙ୍କ କାର ଚଲାଉଥିଲେ। ବୁଧବାର ଗଣମାଧ୍ୟମରୁ ତାପସର ଫଟୋ ଦେଖି ତା’ ବାପା ଏବଂ ଗାଡି ମାଲିକ ଧର୍ମଶାଳା ଥାନାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ବସନ୍ତ ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗାଡ଼ି ମାଲିକଙ୍କ କହିବା ଅନୁଯାୟୀ ଚାରି ଜଣ ଅଚିହ୍ନା ବ୍ୟକ୍ତିଙ୍କୁ କାରରେ ନେଇ ତାପସ କଟକ ମେଡିକାଲକୁ ଭଡାରେ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲା। ତେଣୁ ଦୁର୍ବୃତ୍ତ ମାନେ ତାପସକୁ ହତ୍ୟାକରି କାର୍ ଲୁଟି ନେଇଥିବା ପୋଲିସ୍ ସନ୍ଦେହ କରୁଛି। ଏକ ହତ୍ୟା ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।
Crime
ଆୟଠାରୁ ୨୮୦% ଅଧିକ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ
ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କ ସମସ୍ତ ସମ୍ପତ୍ତି ଠାବ କରି ତା’ର ହିସାବ କଲାପରେ ତାଙ୍କ ଆୟ ଓ ବ୍ୟୟର ହିସାବ କରାଯାଇଥିଲା ଏବଂ ସେ ତାଙ୍କ ଆୟଠାରୁ ୨୮୦% ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି।
Crime
କୋଟିପତି ଯୋଗାଣ ଅଧିକାରୀ ଗିରଫ
ବ୍ୟାଙ୍କରେ ସୁରେଶ କୁମାର ପାଣିଗ୍ରାହୀଙ୍କର କେବଳ ୧.୭୨ କୋଟି ଟଙ୍କାର ଜମା ରହିଛି।
Crime
ନାବାଳକ ଛାତ୍ର ସହ ସେକ୍ସ କରିଥିଲେ ଶିକ୍ଷୟିତ୍ରୀ, ମିଳିଲା ୩୦ ବର୍ଷ ଜେଲ୍
ଅଷ୍ଟମ ଶ୍ରେଣୀ ଛାତ୍ରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦେଇ ତା' ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ଶିକ୍ଷୟିତ୍ରୀ। ଅଭିଯୋଗ ପରେ କରିଥିଲେ ଆତ୍ମସମର୍ପଣ।
Crime
ଡିଜିଟାଲ ଆରେଷ୍ଟର ଧମକ; ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍
ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।