Advertisment

ଯାଜପୁର: ଡ୍ରାଇଭରଙ୍କୁ ହତ୍ୟା କରି କାର୍ ଲୁଟ୍

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭଡ଼ଙ୍ଗା ଛକ ନିକଟରୁ ମଙ୍ଗଳବାର ଦିନ ଜବତ ହୋଇଥିବା ଜଣେ ଅଚିହ୍ନା ଯୁବକର ମୃତ ଦେହର ଚିହ୍ନଟ କରାଯାଇଛି। ମୃତକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ରଧାନାଥପୁର ଗ୍ରାମର ତାପସ ନାୟକ।  ତାପସ ବାଲେଶ୍ୱରରେ ଏକ ଘରୋଇ ଇଂଜିନିୟରିଂ କଲେଜରେ ଡିପ୍ଲୋମା କରିବା ସହିତ ନିଜର ପଢ଼ା ଖର୍ଚ୍ଚ ପାଇଁ ଏଠାରେ ଦୀପ୍ତିକାନ୍ତ ପଣ୍ଡାଙ୍କ ଘରେ ରହି ତାଙ୍କ କାର ଚଲାଉଥିଲେ। ବୁଧବାର ଗଣମାଧ୍ୟମରୁ ତାପସର […]

ଯାଜପୁର: ଡ୍ରାଇଭରଙ୍କୁ ହତ୍ୟା କରି କାର୍ ଲୁଟ୍

jajpur

Advertisment

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭଡ଼ଙ୍ଗା ଛକ ନିକଟରୁ ମଙ୍ଗଳବାର ଦିନ ଜବତ ହୋଇଥିବା ଜଣେ ଅଚିହ୍ନା ଯୁବକର ମୃତ ଦେହର ଚିହ୍ନଟ କରାଯାଇଛି। ମୃତକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ରଧାନାଥପୁର ଗ୍ରାମର ତାପସ ନାୟକ।  ତାପସ ବାଲେଶ୍ୱରରେ ଏକ ଘରୋଇ ଇଂଜିନିୟରିଂ କଲେଜରେ ଡିପ୍ଲୋମା କରିବା ସହିତ ନିଜର ପଢ଼ା ଖର୍ଚ୍ଚ ପାଇଁ ଏଠାରେ ଦୀପ୍ତିକାନ୍ତ ପଣ୍ଡାଙ୍କ ଘରେ ରହି ତାଙ୍କ କାର ଚଲାଉଥିଲେ। ବୁଧବାର ଗଣମାଧ୍ୟମରୁ ତାପସର ଫଟୋ ଦେଖି ତା’ ବାପା ଏବଂ ଗାଡି ମାଲିକ ଧର୍ମଶାଳା ଥାନାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ।  ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ବସନ୍ତ ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗାଡ଼ି ମାଲିକଙ୍କ କହିବା ଅନୁଯାୟୀ ଚାରି ଜଣ ଅଚିହ୍ନା ବ୍ୟକ୍ତିଙ୍କୁ କାରରେ ନେଇ ତାପସ କଟକ ମେଡିକାଲକୁ ଭଡାରେ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲା। ତେଣୁ ଦୁର୍ବୃତ୍ତ ମାନେ ତାପସକୁ ହତ୍ୟାକରି କାର୍ ଲୁଟି ନେଇଥିବା ପୋଲିସ୍ ସନ୍ଦେହ କରୁଛି। ଏକ ହତ୍ୟା ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe