/odisha-reporter/media/post_attachments/uploads/2015/09/FotorCreated14.jpg)
sambulpur
ସମ୍ୱଲପୁର: ଜମି ଜାଲିଆତି ମାମଲାରେ ଗିରଫ ସମ୍ୱଲପୁରର ପୂର୍ବତନ ତହସିଲଦାର ଦୁର୍ବାଦଳ ଦେହୁରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସେ ବରଗଡସ୍ଥିତ ଘରକୁ ଯାଇଥିବାବେଳେ ଅଇଁଠାପାଲି ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ୨୦୦୮ରେ ଦୁର୍ବାଦଳ ସମ୍ୱଲପୁର ସଦର ତହସିଲଦାର ଥିବା ବେଳେ, ଅଇଁଠାପାଲି ଅଞ୍ଚଳରେ ମ୍ୟୁଟେସନ ନମ୍ୱର ଜାଲିଆତି କରି ଅନ୍ୟ ଜଣଙ୍କ ନାଁରେ ନକଲି ଜମିପଟ୍ଟା କରାଇବାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତାଙ୍କର ଏହିପରି ଏକାଧିକ ଜମି ଜାଲିଆତି ଘଟଣାରେ ସଂପୃକ୍ତି ଥିବା ପୋଲିସ କହିଛି। ଏନେଇ ତଦନ୍ତ ଜାରି ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
