Advertisment

ଭିଣୋଇ ଓ ସ୍ୱାମୀଙ୍କ ପରେ ଜେଲ୍‌ ଗଲେ ସ୍କୁଟି ଦିଦି

ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ହାତରେ ଧରା ପଡ଼ିଥିଲେ ରୁକ୍‌ସାନାଙ୍କ ଭିଣୋଇ ଏସ୍‌.କେ ରସିଦ। କୋଲକାତାରୁ ତାଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌ ଟିମ୍‌। କାର ସହ ୧୦ ଲକ୍ଷ ଟଙ୍କାର ହେରୋଇନ୍‌ ତାଙ୍କଠାରୁ ଜବତ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ଭିଣୋଇ ଓ ସ୍ୱାମୀ ପ୍ରଥମେ ଜେଲ୍‌ ଯାଇଥିଲେ। ଏବେ ଉଭୟ ପଶ୍ଚିମବଙ୍ଗର ଜେଲ୍‌ରେ ଅଛନ୍ତି। ଭିଣୋଇ ଓ ସ୍ୱାମୀଙ୍କ ପରେ ଧରାପଡ଼ି ଜେଲ୍‌ ଗଲେ ସ୍କୁଟି ଦିଦି। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ପୁଲିସ୍‌ ତାଙ୍କୁ ସୋମବାର ରାତିରେ ମାଡ଼ି ବସିଛି। ଏଥିସହ ତାଙ୍କ ବାପା ଓ ମାଆଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌।

Advertisment

ଜଳେଶ୍ୱର ଥାନା ଶେଖବାର୍ଡ ବସ୍ତିର ରୁକସାନା ବିବି ଓରଫ୍‌ ସ୍କୁଟି ଦିଦି ହେଉଛନ୍ତି କୁଖ୍ୟାତ ବ୍ରାଉନ୍‌ସୁଗର ମାଫିଆ। ସେ ତାଙ୍କ ଭିଣୋଇ ଏସ୍‌.କେ ରସିଦଙ୍କ ସହ ମିଶି ବ୍ରାଉନ୍‌ସୁଗର ବେପାର ଆରମ୍ଭ କରିଥିଲେ। ଉଭୟ ଶାଳୀ ଓ ଭିଣୋଇ ବାଂଲାଦେଶ ଭାୟା ମୁର୍ସିଦାବାଦରୁ ଜଳେଶ୍ୱରକୁ ବ୍ରାଉନ୍‌ସୁଗର ଆଣୁଥିଲେ। ବ୍ରାଉନ୍‌ସୁଗର ଜଳେଶ୍ୱରରେ ପହଞ୍ଚିବା ପରେ ଅନ୍ୟ ସ୍ଥାନକୁ ଚାଲାଣ କରୁଥିଲେ। ହେଲେ ସବୁବେଳେ ବେଳା ଭଲ ରହିଲା ନାହିଁ।

ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ହାତରେ ଧରା ପଡ଼ିଥିଲେ ରୁକ୍‌ସାନାଙ୍କ ଭିଣୋଇ ଏସ୍‌.କେ ରସିଦ। କୋଲକାତାରୁ ତାଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌ ଟିମ୍‌। କାର ସହ ୧୦ ଲକ୍ଷ ଟଙ୍କାର ହେରୋଇନ୍‌ ତାଙ୍କଠାରୁ ଜବତ କରିଥିଲା। ଏବେ ଜେଲ୍‌ରେ ରହିଛନ୍ତି ଏସ୍‌.କେ ରସିଦ। ଭିଣୋଇ ଜେଲ୍‌ ଯିବା ପରେ ବେପାର ବନ୍ଦ କରିନଥିଲେ ରୁକ୍‌ସାନା। ସେ ତାଙ୍କ ସ୍ୱାମୀ ଟେରା ସାଜନଙ୍କ ସହ ମିଶି ନିଶା ସାମ୍ରାଜ୍ୟକୁ ଆଗକୁ ନେଇଥିଲେ। ହେଲେ ଦୁର୍ଭାଗ୍ୟକୁ ଦେଢ ବର୍ଷ ତଳେ ରୁକ୍‌ସାନାଙ୍କ ସ୍ୱାମୀ ଟେରା ସାଜନଙ୍କୁ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ଗିରଫ କରିଥିଲା। ମିଳିଥିବା ସୂଚନା ଅନୁସାରେ ଏବେ ରୁକ୍‌ସାନାଙ୍କ ସ୍ୱାମୀ ଓ ଭିଣୋଇ ପଶ୍ଚିମବଙ୍ଗର ଆଲିପୁର କାରାଗାରରେ ଅଛନ୍ତି।

Advertisment

ପ୍ରଥମେ ଭିଣୋଇ, ପରେ ସ୍ୱାମୀ ଜେଲ୍‌ ଯିବା ପରେ ଏକାକୀ ନିଶା ସାମ୍ରାଜ୍ୟକୁ ଆଗକୁ ନେଇଥିଲେ ରୁକ୍‌ସାନା। ସ୍କୁଟିରେ ଜଳେଶ୍ୱରରୁ ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗର ସପ୍ଲାଏ କରୁଥିଲେ। ସେଥିପାଇଁ ସେ ସ୍କୁଟି ଦିଦି ପାଲଟିଥିଲେ। ସୋମବାର ସେ ବ୍ରାଉନ୍‌ସୁଗର ଯୋଗାଇବା ପାଇଁ ଯାଉଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍‌ ଅଚାନକ ଶେଖବାର୍ଡ ବସ୍ତିରେ ଚଢଉ କରିଥିଲା।

Policeପୁଲିସ୍‌ଙ୍କ ଗହଣରେ ବ୍ରାଉନ୍‌ସୁଗର ମାଫିଆ

ଚଢ଼ଉ ସମୟରେ ୫୫.୨୬ ଗ୍ରାମ ବ୍ରାଉନସୁଗର ଓ ନଗଦ ୮୭୦୦ ଟଙ୍କା ଜବତ କରିଥିଲେ। ଜବତ ହୋଇଥିବା ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା ହେବ। ଏହି ମାମଲାରେ ସ୍କୁଟି ଦିଦି ରୁକ୍‌ସାନା, ତାଙ୍କ ବାପା ଓ ମାଆଙ୍କୁ ଗିରଫ ରଖିଛି ପୁଲିସ୍‌। ଜଳେଶ୍ୱର SDPO ଦିଲ୍ଲୀପ କୁମାର ସାହୁ ଏନେଇ ସୂଚନା ଦେଇଛନ୍ତି।

ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ରହିଛି ଜଳେଶ୍ୱର। ଏଠାରେ ବ୍ୟାପି ଚାଲଇଥିବା ଧଳା ଜହର କାରବାରକୁ ରୋକିବା ପାଇଁ ସ୍ୱତନ୍ତ୍ର ସାଟେଲାଇଟ୍‌ ଥାନା, ଅବକାରୀ ଥାନା, ଜଳେଶ୍ୱର ପୁଲିସ୍‌, ଏସ୍‌ଡିପିଓଙ୍କ ଅଫିସ୍‌ ରହିଛି। ଏହା ସତ୍ତ୍ୱେ ଧଳା ଜହର କରବାରରେ ବ୍ରେକ୍‌ ଲାଗି ପାରୁନି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତକୁମାର ଦାସ

Odisha Police Balasore Brown Sugar