Advertisment

ଠକିଗଲେ ଇକବାଲ୍‌ ଚାଚା; ଅସଲି କହି ନକଲି ସୁନା ଦୀପ ଧରାଇଦେଲେ

ଇକବାଲ୍‌ ସୁନା ଦୀପ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ପରେ ସୁନା ବେପାରୀମାନେ ତାଙ୍କୁ ସୁନା ଦୀପ ଦେଇଥିଲେ। ଇକବାଲ୍‌ ସେମାନଙ୍କୁ ୨ ଲକ୍ଷ ୫୦ ଟଙ୍କାରେ ଦେଇଥିଲେ। ପରେ ଆଉ ଲକ୍ଷେ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

Crime

Crime

Advertisment

ଇକବାଲ୍‌ ଖାଁ ଚାଚାଙ୍କୁ ଠକିଗଲେ। ଅସଲି କହି ନକଲି ସୁନା ଦୀପ ଧରାଇଦେଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ୪ ନକଲି ସୁନା ବେପାରୀଙ୍କୁ ଗିରଫ କରିବା ସହିତ ଦୁଇ କେଜିରୁ ଅଧିକ ନକଲି ସୁନା ଜବତ କରିଛି।

Advertisment

ଜଳେଶ୍ୱର ଥାନା ପଥରପୁରା ଗାଁର ଇକବାଲ୍‌ ଖାଁ ପେଶାରେ ଜଣେ ଫେରିବାଲା। ସେ କମର୍ଦ୍ଦା ଅଞ୍ଚଳରେ ବୁଲି ବୁଲି ଫେରି କରନ୍ତି। ସେଥିରୁ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ଇକବାଲ୍‌ ନିଜ ଫେରି କାମରେ ବ୍ୟସ୍ତ ଥିବା ବେଳେ କମର୍ଦ୍ଦା ଅଞ୍ଚଳର ଜଣେ ସୁନା ବେପାରୀଙ୍କ ହାବୁଡ଼ରେ ପଡି ଯାଇଥିଲେ। ସୁନା ବେପାରୀ ଜଣକ ମିଷ୍ଟ ଭାଷୀ। ତାଙ୍କ କଥାରେ ଚାତୁରିରେ ଫସି ଯାଇଥିଲେ ଇକବାଲ୍‌।

ଇକବାଲ୍‌ ସୁନା ଦୀପ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ପରେ ସୁନା ବେପାରୀମାନେ ତାଙ୍କୁ ସୁନା ଦୀପ ଦେଇଥିଲେ। ଇକବାଲ୍‌ ସେମାନଙ୍କୁ ୨ ଲକ୍ଷ ୫୦ ଟଙ୍କାରେ ଦେଇଥିଲେ। ପରେ ଆଉ ଲକ୍ଷେ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଇକବାଲ୍‌ କିଣିଥିବା ସୁନା ଦୀପକୁ ଯାଞ୍ଚ ପାଇଁ ବଣିଆଙ୍କ ପାଖକୁ ନେଇଥିଲେ। ଯାଞ୍ଚ ପରେ ସେ ଗୁଡ଼ିକ ସୁନା ନୁହେଁ, ପିତଳ ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ଇକବାଲ୍‌ଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସେ ଏନେଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ର ଯୋଜନା ମୁତାବକ, ବାକିଥିବା ଟଙ୍କା ଦେବା ପାଇଁ ସୁନା ବେପାରୀଙ୍କୁ ଡାକିଥିଲେ ଇକବାଲ୍‌। ଟଙ୍କା ନେବା ପାଇଁ ରାଜଘାଟ ନିକଟକୁ ୪ ନକଲି ସୁନା ବେପାରୀ ଆସିଥିବା ବେଳେ ସେମାନଙ୍କୁ ମାଡ଼ି ବସିଥିଲା ଜଳେଶ୍ୱର ପୁଲିସ୍‌। ସେମାନଙ୍କଠାରୁ ଦୁଇ କେଜିର ନକଲି ସୁନା ଦୀପ, ନଗଦ ୭୫ ହଜାର ଟଙ୍କା, ଗୋଟିଏ ଡ୍ରିଲ୍‌ ମେଶିନ୍‌, ୪ଟି ମୋବାଇଲ ଫୋନ୍‌ ଓ ୩ଟି ବାଇକ୍‌ ଜବତ କରିଥିଲା ପୁଲିସ୍‌। ଏହି ଘଟଣାର ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଇଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe