Advertisment

ଗାଡ଼ି ଯାଞ୍ଚ ବେଳେ ମିଳିଲା ୧୫ କେଜି ସୁନା!

ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାଲେଶ୍ୱର ଓ ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ୍‌ ଟୋଲ୍‌ ଗେଟ୍‌ରେ ଗାଡ଼ି ଯାଞ୍ଚ କରୁଥିଲା ଫ୍ଲାଇଂ ସ୍କ୍ୱାର୍ଡ। ଠିକ୍‌ ସେହି ସମୟରେ ପଶ୍ଚିବମଙ୍ଗରୁ ଓଡ଼ିଶାକୁ ଆସୁଥିଲା ସିକ୍ୟୁଏଲ୍ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ନାଁର ଏକ ଗାଡ଼ି।

ଅଦ୍ୟତନ ହୋଇଛି
Gold

Gold

Advertisment

ଗାଡ଼ି ଯାଞ୍ଚ ବେଳେ ମିଳିଲା ପ୍ରାୟ ୧୫ କେଜି ସୁନା। ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍‌ରେ ଗାଡ଼ି ଯାଞ୍ଚ ବେଳେ ଏହି ସୁନା ଧରାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ହେବ। ନିର୍ବାଚନ ସମୟରେ ଗାଡ଼ି ଯାଞ୍ଚ କଡ଼ାକଡ଼ି ହୋଇଥିବା ବେଳେ ବାଲେଶ୍ୱରରୁ ଆସିଛି ଏପରି ଖବର। ମାମଲାରେ ସିଟି ଆଣ୍ଡ ଜିଏସ୍‌ଟି ତଦନ୍ତ ଚଳାଇଛି।

Advertisment

ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାଲେଶ୍ୱର ଓ ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ୍‌ ଟୋଲ୍‌ ଗେଟ୍‌ରେ ଗାଡ଼ି ଯାଞ୍ଚ କରୁଥିଲା ଫ୍ଲାଇଂ ସ୍କ୍ୱାର୍ଡ। ଠିକ୍‌ ସେହି ସମୟରେ ପଶ୍ଚିବମଙ୍ଗରୁ ଓଡ଼ିଶାକୁ ଆସୁଥିଲା ସିକ୍ୟୁଏଲ୍ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ନାଁର ଏକ ଗାଡ଼ି। ସେହି ଗାଡ଼ିକୁ ଯାଞ୍ଚ କରିଥିଲା ଫ୍ଲାଇଂ ସ୍କ୍ୱାର୍ଡ। ଯାଞ୍ଚ ବେଳେ ପୂଳା ପୂଳା ସୁନା ବାହାରିଥିଲା। ଯାହାର ଓଜନ ପ୍ରାୟ ୧୫ କେଜିରୁ ଅଧିକ ହେବ। ଏନେଇ ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ିରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ। ହେଲେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।

ସୁନା ଚାଲାଣ କରୁଥିବା ଅଭିଯୁକ୍ତଙ୍କ କଥାରେ ତାଳମେଳ ନରହିବାରୁ ଫ୍ଲାଇଂ ସ୍କ୍ୱାର୍ଡ ସମସ୍ତଙ୍କୁ ଧରି ଜଳେଶ୍ୱର ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲା। ପୁଲିସ ଗାଡ଼ି ଓ ସୁନାକୁ ଜବତ କରିଛି। ମାଜିଷ୍ଟ୍ରଟ୍‌ ଉପସ୍ଥିତିରେ ପୁଲିସ୍ ଜବତ ସୁନାକୁ ଓଜନ କରୁଛି। ଏହି ଘଟଣାର ତଦନ୍ତ ସିଟି ଆଣ୍ଡ ଜିଏସ୍‌ଟି ଟିମ୍‌ କରୁଥିବା ବେଳେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଏତେ ପରିମାଣରେ ସୁନା କିଏ ଓ କାହିଁକି ଆଣୁଥିଲା, ତାହା ଜଣାପଡ଼ି ନାହିଁ।

Advertisment

ଆଜି ଅପରାହ୍ନରେ ପ୍ରାୟ ୫ଟା ସମୟରେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ WB 02 AL 9567 ଫରଚୁନର ଗାଡିକୁ ଯାଞ୍ଚ କରିଥିଲା। ସେଥିରେ ପ୍ରାୟ ଚାରି ଲକ୍ଷ ଟଙ୍କା ବାହାରିଥିଲା। ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲେ। SSTକୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଥିଲେ।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore GST
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe