Advertisment

ଦୁଷ୍କର୍ମ ଅଭିଯୋଗରେ ଏଏସ୍‌ଆଇ ଓ ହୋମଗାର୍ଡ ଗିରଫ

ଭିନ୍ନ ଭିନ୍ନ ଘଟଣାରେ ଉଭୟ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Accused

Accused

Advertisment

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ଏଏସ୍‌ଆଇ ଆନନ୍ଦ ମାଝୀ ଓ ହୋମ୍‌ଗାର୍ଡ ଦେବାନନ୍ଦ ପାତ୍ର। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisment

ହୋମ୍‌ଗାର୍ଡଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଝାଡ଼ଖଣ୍ଡର ଲାଗଡ଼ା ଥାନା ଅଞ୍ଚଳର ରୁନି (ଛଦ୍ମନାମ)। ରୁନିଙ୍କ ମା’ଙ୍କୁ ଜ୍ୱର ହେଉଥିଲା। ସେହି ସମୟରେ (ଗତ ୧୦ ତାରିଖରେ) ରୁନିଙ୍କ ମାମୁ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ। ଝଡ଼ାଫୁଙ୍କା କରି ସେ ଜ୍ୱର ଭଲ କରି ଦେବେ ବୋଲି କହିଥିଲେ। ତେବେ ସେଥିପାଇଁ ୧୪ ବର୍ଷର ଏକ କୁଆଁରୀ ଝିଅକୁ ତାଙ୍କ ପାଖକୁ ଆଣିବାକୁ ପଡ଼ିବ ବୋଲି ସେ ରୁନିଙ୍କ ମାମୁଙ୍କୁ କହିଥିଲେ। ସେଥିପାଇଁ ଗତ ୧୪ ତାରିଖ ଦିନ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କ ପାଖକୁ ରୁନିଙ୍କୁ ନେଇ ଯାଇଥିଲେ ତାଙ୍କ ମାମୁ। ସେହିଦିନ ପୂଜାର୍ଚ୍ଚନା ପରେ ରାତିରେ ଦୀପ ଜାଳି ରୁନିଙ୍କୁ ଏକା ବସିବାକୁ କହିଥିଲେ ଦେବାନନ୍ଦ। ଆଉ ସେହି ରାତିରେ ସେ ରୁନିଙ୍କୁ ଦୁଷ୍କର୍ମ କରିଥିଲେ। କାହାକୁ ଏ କଥା କହିଲେ ମାରି ଦେବାକୁ ସେ ଧମକ ଦେଇଥିଲେ।

ଦୁଇ ଦିନ ପରେ ଅର୍ଥାତ୍ ଗତକାଲି ରୁନି ଦୁଷ୍କର୍ମ ସମ୍ପର୍କରେ ତାଙ୍କ ଘରେ କହିଥିଲେ। ଏହା ପରେ ତାଙ୍କ ମାମୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଜି ପୁଲିସ୍ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ସେହିପରି ଜାମଦା ଥାନାର ଏଏସ୍‌ଆଇ ଆନନ୍ଦ ମାଝୀ ମଧ୍ୟ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଜାମଦା ଥାନା ଅଞ୍ଚଳର।

ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ଏଏସ୍‌ଆଇ ଆନନ୍ଦ ମାଝୀଙ୍କ ସରକାରୀ ବାସଭବନରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ସେ ୪ ବର୍ଷ ହେଲା ତାଙ୍କ ଘରେ କାମ କରୁଥିଲେ। ତେବେ ନିକଟରେ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ ଏଏସ୍‌ଆଇ ଆନନ୍ଦ ମାଝୀ। ସେ ଏନେଇ ତାଙ୍କ ପିଉସୀଙ୍କୁ କହିଥିଲେ। ତାଙ୍କ ପିଉସୀଙ୍କ ଏତଲା କ୍ରମେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରାଇରଙ୍ଗପୁରରୁ ଯଶବନ୍ତ ବାରିକଙ୍କ ରିପୋର୍ଟ

Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe