Advertisment

ଜମି ବିବାଦ: ସାନଭାଇର ମାଡ଼ରେ ବଡ଼ଭାଇ ମୃତ

ଆଠଗଡ଼: ଗୁରୁଜିଝାଟିଆ ଥାନା ଅନ୍ତର୍ଗତ ଜଣ୍ଡାପଜିଆ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ର କରି ସାନ ଭାଇର ଲୁହା ରଡ୍ ମାଡରେ ବଡ ଭାଇର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ  ହେଲେ ରାଜୁରାମ ଚାତର।  ଦୀର୍ଘଦିନ ଧରି  ଜମି ମାମଲାକୁ କେନ୍ଦ୍ର କରି  ରାଜୁରାମ  ଓ ତାଙ୍କ ସାନ ଭାଇଙ୍କ ପରିବାର  ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ରାତି ପ୍ରାୟ ୯ଟାରେ ରାଜୁରାମ ଘରୁକୁ ଫେରୁଥିବା ବେଳେ  ଏହି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବଚସା […]

ଅଦ୍ୟତନ ହୋଇଛି
ଜମି ବିବାଦ: ସାନଭାଇର ମାଡ଼ରେ ବଡ଼ଭାଇ ମୃତ

a

Advertisment

ଆଠଗଡ଼: ଗୁରୁଜିଝାଟିଆ ଥାନା ଅନ୍ତର୍ଗତ ଜଣ୍ଡାପଜିଆ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ର କରି ସାନ ଭାଇର ଲୁହା ରଡ୍ ମାଡରେ ବଡ ଭାଇର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ  ହେଲେ ରାଜୁରାମ ଚାତର।  ଦୀର୍ଘଦିନ ଧରି  ଜମି ମାମଲାକୁ କେନ୍ଦ୍ର କରି  ରାଜୁରାମ  ଓ ତାଙ୍କ ସାନ ଭାଇଙ୍କ ପରିବାର  ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ରାତି ପ୍ରାୟ ୯ଟାରେ ରାଜୁରାମ ଘରୁକୁ ଫେରୁଥିବା ବେଳେ  ଏହି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ସାନଭାଇ  ଏକ ରଡ ଆଣି ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା।  ଗୁରୁତର ଅବସ୍ଥାରେ ରାଜୁରାମଙ୍କୁ  ତାଙ୍କ ପୁଅ ଉଦ୍ଧାର କରି ଆଠଗଡ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ  ଘଟଣା ସ୍ଥଳରେ ପହଞ୍ଚି  ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe