Advertisment

ଚଢ଼ାଉ ବେଳେ ପୁଲିସ ବାବୁଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ବାଲି ମାଫିଆ

ଥାନା ଅଧିକାରୀ ପ୍ରଭାତ ରଞ୍ଜନଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି।

Inspector D‌ies

Inspector D‌ies

Advertisment

ମାତିଛନ୍ତି ବାଲି ମାଫିଆ। ପୁଲିସକୁ ମଧ୍ୟ ଛାଡ଼ି ନାହାନ୍ତି। ଦିନ ଦ୍ୱିପହରେ ଚଢ଼ାଉ କରିବାକୁ ଯାଇଥିବା ପୁଲିସ ଟିମ୍‌କୁ ଟ୍ରକ୍ଟରରେ ଦଳି ଦେଇଛନ୍ତି। ଫଳରେ ଜଣେ ଥାନା ଅଧିକାରୀ ମୃତ୍ୟୁ ହୋଇଛି। ଏଥିସହ ଜଣେ ହୋମଗାର୍ଡ ଗୁରୁତର ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ବିହାରରେ।

Advertisment

ବିହାରକୁ ପୁଣି ଫେରିଛି ଜଙ୍ଗଲରାଜ। ଏଠାକାର ଜମୁଇ ଜିଲ୍ଲା ଗରହି ଥାନା ଅଞ୍ଚଳରେ ମଙ୍ଗଳବାର ସକାଳେ ଦ୍ରୁତଗତିରେ ଏକ ଟ୍ରାକ୍ଟର ଆସି ପୁଲିସ ଟିମ୍‌କୁ ଦଳି ଦେଇଛି। ଫଳରେ ଗରହି ଥାନା ଅଧିକାରୀ ପ୍ରଭାତ ରଞ୍ଜନଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ମଙ୍ଗଳବାର ପୁଲିସକୁ ବେଆଇନ୍ ରୂପେ ବାଲି ମାଫିଆମାନେ ମୋହାଲିର ତାଣ୍ଡା ନଦୀରୁ ବାଲି ଚାଲାଣ କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଗରହି ଥାନା ଅଧିକାରୀ ପ୍ରଭାତ ରଞ୍ଜନ ହୋମଗାର୍ଡ ରାଜେଶ କୁମାରଙ୍କ ସହ ବାଇକ୍‌ରେ ଚାଢ଼ାଉ କରିବାକୁ ପହଞ୍ଚିଥିଲେ।

Advertisment

ପୁଲିସ ବାବୁଙ୍କ ବାଇକ୍‌ ମହୋଲିଆରଟାଣ୍ଡ ନିକଟରେ ପହଞ୍ଚିବା ପରେ ବେଆଇନ୍ ରୂପେ ବାଲି ଲଦା ହୋଇଥିବା ଏକ ଟ୍ରାକ୍ଟର ତାଙ୍କ ଆଡକୁ ଦ୍ରୁତଗତିରେ ମାଡି ଆସିଥିଲା। ଥାନା ଅଧିକାରୀ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିଥିବା ସତ୍ତ୍ୱେ କିଛି ଶୁଣି ନଥିଲେ ବାଲି ମାଫିଆ। ପୁଲିସ ଟିମ୍‌କୁ ଦଳି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଟ୍ରାକ୍ଟର।

ଏହି ଘଟଣାରେ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ଓ ହୋମଗାର୍ଡ ରାଜେଶ କୁମାର ଗୁରୁତର ହୋଇଥିଲେ। ଏହାପରେ ସେମାନଙ୍କୁ ଉଦ୍ଧାର କରି ସଦର ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଥାନାଅଧିକାରୀଙ୍କ ମୃତ୍ୟୁ ହୋଇଛି। ହୋମଗାର୍ଡଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସେପଟେ ଏହି ଘଟଣାକୁ ନେଇ ବିହାରର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ବିବାଦୀୟ ବୟାନ ଦେଇଛନ୍ତି। ଏହି ଭଳି ଘଟଣା ପ୍ରାୟତଃ ଘଟୁଛି। ଏଥିରେ କୌଣସି ନୂଆ କଥା ନାହିଁ ବୋଲି ସେ କହିଛନ୍ତି। ଏହାକୁ ନେଇ ସାନି ବିବାଦ ଦେଖାଦେଇଛି।

Crime Bihar Crime News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe