ଝାରସୁଗୁଡ଼ା:ପୋଲିସ୍ କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢାଉ  

ଝାରସୁଗୁଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ରିଜର୍ଭ ପୋଲିସ୍ କନଷ୍ଟେବଳ ଜଗଦାନନ୍ଦ ପଟେଲଙ୍କ ଘର ଆଜି ଭିଜିଲାନ୍ସ ଚଢାଉ କରିଛି। ଏହା ସମେତ ଶ୍ୱଶୁରଘର ବାଲଜୁରୀ, ଝଲ୍ଲାପାଲି ସମେତ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଚଢ଼ାଉ ବେଳେ ୩ଟି ୪ ଚକିଆ ଗାଡ଼ି ସମେତ ଅନ୍ୟାନ୍ୟ ସୌଖିନ ସାମଗ୍ରୀ ଜବତ  କରାଯାଇଛି।