Advertisment

ମାଡାମଙ୍କ ପସନ୍ଦ ଦେଶୀ ଜିନିଷ; ବିଲ୍ ପାସ ପାଇଁ ମାଗୁଥିଲେ ଛଟା ଚିଙ୍ଗୁଡ଼ିକୁ ନଈ ମାଛ

ଗତକାଲି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି।

Vigilance Raid

Vigilance Raid

Advertisment

ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ବିଲ୍ ପାସ କରିଦେବା ପାଇଁ ମାଡାମ୍ ନେଉଥିଲେ ମୋଟା ଅଙ୍କର ଲାଞ୍ଚ। କେବଳ ସେତିକି ନୁହେଁ ଏହା ସହ ମଟନ୍, ଦେଶୀ ମାଛ ପାଇଁ ଡିମାଣ୍ଡ କରୁଥିଲେ। ବେଳେ ବେଳେ ଦୟା ନଦୀର ଛଟା ଚିଙ୍ଗୁଡ଼ିକୁ ଦେଶୀ ପରିବା ଘରେ ଦେବା ପାଇଁ କହୁଥିଲେ। ମାଡାମଙ୍କ ଡରରେ ଠିକାଦାରମାନେ ତାଙ୍କର  ସବୁ ଇଚ୍ଛାକୁ ଯଥାସମ୍ଭବ ପୂରଣ କରି ଚାଲିଥିଲେ।  ଏବେ ମାଡମ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଠିକାଦାରମାନେ  ମୁହଁ ଖୋଲିଛନ୍ତି। 

Advertisment

ଅଭିଯୋଗକାରୀ ଠିକାଦାର ଅକ୍ଷୟ ଦାସ କହିଛନ୍ତି, ବିଭିନ୍ନ ସମସ୍ୟା ନେଇ ଆମେ ବିଡିଓଙ୍କ ପାଖକୁ ଯାଇଥାଉ। ହେଲେ ବିଡିଓ ନିବେଦିତା ମାଡାମଙ୍କୁ ଦେଖା କରିବାକୁ କହିଥାନ୍ତି। ଏଥିସହ ନିବେଦିତା ମାଡାମଙ୍କ ପାଖରୁ ସବୁ କଣ୍ଡିସନ ବିଷୟରେ ବୁଝି ନେବ ବୋଲି କହିଥାନ୍ତି। ନିବେଦିତା ମାଡାମଙ୍କ ପାଖକୁ ଗଲେ ପିସି ମାଗିଥାନ୍ତି। ଏଥିସହ ଦେଶୀ ମାଛ, ମଟନ, ଦୟା ନଦୀର ଛଟା ଚିଙ୍ଗୁଡ଼ି ଆଣିବାକୁ କହିଥାନ୍ତି। ଏଥିସହ ଦେଶୀ ପରିବା ଧରି ଆସିବ ପାଇଁ ମଧ୍ୟ କହିଥାନ୍ତି। ଏଜେଣ୍ଟମାନେ ଭୟଭୀତ ହୋଇ ବିଲ୍ ପାସ ପାଇଁ ସବୁ ଦେଉଥିଲେ। ଯେ କୌଣସି ଡିଲ୍ ହେଉଥିଲା ନିବେଦିତା ମାଡାମ ସବୁ ବୁଝୁଥିଲେ।

ସୂଚନାଯୋଗ୍ୟ, ଗତକାଲି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି। କନ୍ତିଆ ପଞ୍ଚାୟତର ଠିକାଦାର କିରଣ ପ୍ରଧାନଙ୍କଠାରୁ ବିଲ୍ ପାସ୍ କରାଇବା ପାଇଁ ୫୦ ହଜାର ଟଙ୍କା ନେବା ବେଳେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଘରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ସହକାରୀ ଯନ୍ତ୍ରୀ।

Advertisment

ପରେ ଭିଜିଲାନ୍ସ ଅଧିକାରୀ ଖଣ୍ଡଗିରି ସ୍ଥିତ ଘର ଓ ସମେତ ଅନ୍ୟ ଦୁଇଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ। ଏଥିସହ ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରିଥିଲା। ଆଜି ତାଙ୍କ ଜଟଣୀ ବ୍ଲକ ଅଫିସରେ ଥିବା ତାଙ୍କ ଅଫିସରେ ଯାଞ୍ଚ କରାଯାଇଛି। ବିଭିନ୍ନ ଫାଇଲ ଯାଞ୍ଚ କରିବା ସହ ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରିଛି ଭିଜିଲାନ୍ସ ଟିମ୍। ଏଥିସହ ଏକ ଟିମ୍‌ ଗଠନ କରାଯାଇ ସହକାରୀ ଯନ୍ତ୍ରୀଙ୍କ ଆୟ ବର୍ହିଭୂତ ସମ୍ପତିର ଖୋଳାତାଡ଼ କରାଯାଇଥିବା ସୂଚନା ରହିଛି। 

Bhubaneswar Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe