Advertisment

ଛୁଟିରେ ଘରକୁ ଆସିଥିବା ଯବାନଙ୍କୁ ପିଟିପିଟି ମାରିଦେଲେ!

କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଭାରତୀୟ ସେନାରେ ଚାକିରି କରିଥିଲେ। ଦୁର୍ଗାପୁରରେ ନିଯୁକ୍ତି ପାଇଥିଲେ। ସପ୍ତାହେ ତଳେ ସେ ଛୁଟିରେ ଘରକୁ ଆସିଥିଲେ। ଗତ ରବିବାର ସେ ଗୋପଳପୁରକୁ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଯାଇଥିଲେ।

Ganjam

Ganjam

Advertisment

ଛୁଟିରେ ଘରକୁ ଆସିଥିବା ଯବାନଙ୍କୁ ପିଟିପିଟି ମାରିଦେଲେ! ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଏବେ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ି ନାହିଁ।

Advertisment

କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଭାରତୀୟ ସେନାରେ ଚାକିରି କରିଥିଲେ। ଦୁର୍ଗାପୁରରେ ନିଯୁକ୍ତି ପାଇଥିଲେ। ସପ୍ତାହେ ତଳେ ସେ ଛୁଟିରେ ଘରକୁ ଆସିଥିଲେ। ଗତ ରବିବାର ସେ ଗୋପଳପୁରକୁ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଯାଇଥିଲେ। ଖେଳ ସରିବା ପରେ ସେ ବାଇକ୍‌ରେ ଘରକୁ ଫେରୁଥିଲେ। ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯାହାଫଳରେ ସେ ରକ୍ତାକ୍ତ ଆହତ ହୋଇ ରାସ୍ତାରେ ପଡ଼ିଥିଲେ।

ସ୍ଥାନୀୟ ଲୋକେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥା ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଏହି ଘଟଣାକୁ ନେଇ ଚମାଖଣ୍ଡି ଥାନାରେ ୪୪୧/୨୩ ନଂରେ ଏକ ମାମଲା ରୁଜୁ ହୋଇଛି।

Advertisment
Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe