Advertisment

ସଂଘବଦ୍ଧ ଆକ୍ରମଣରେ ମୃତ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ, ଲୁହରେ ଭିଜିଲା ଗାଁ

ଗତକାଲି ରାତିରେ ମୃତ ଯବାନ ଜେ. ଡିଲେଶ୍ୱରଙ୍କ ପାର୍ଥିବ ଶରୀର ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କାଳିପଲ୍ଲୀରେ ପହଞ୍ଚିଥିଲା ।

Guard Of Honour

Guard Of Honour

Advertisment

କ୍ରିକେଟ ଖେଳରେ ହାରଜିତକୁ ନେଇ ହତ୍ୟାର ଶିକାର ହୋଇଥିବା ଆର୍ମି ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ରାତିରେ ମୃତ ଯବାନ ଜେ. ଡିଲେଶ୍ୱରଙ୍କ ପାର୍ଥିବ ଶରୀର ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କାଳିପଲ୍ଲୀରେ ପହଞ୍ଚିଥିଲା । ଜନ୍ମମାଟିରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Advertisment

ମୃତକଙ୍କ ପରିବାର ସହ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ। ଗାଁର ଜଣେ ଯବାନଙ୍କୁ ହରାଇ ସମସ୍ତେ ମ୍ରିୟମାଣ ହୋଇପଡିଥିଲେ । ଡିଲେଶ୍ୱରଙ୍କ ମୃତଦେହକୁ ପ୍ରଥମେ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ଘର ସମ୍ମୁଖରେ ମୃତ ଦେହକୁ ରଖାଯାଇଥିଲା । ଏହାପରେ ଗାଁ ଶ୍ମଶାନକୁ ନିଆଯାଇଥିଲା ।

ଜଣେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ଭାରତୀୟ ସୈନ୍ୟ ବାହିନୀର ବହୁ ବରିଷ୍ଠ ଅଫିସର ଓ କର୍ମଚାରୀ ଗାଁ ଶ୍ମଶାନରେ ପହଞ୍ଚି ମୃତ ଡିଲେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା । ଏହାପରେ ଡିଲେଶ୍ୱରଙ୍କ ଶେଷକୃତ୍ୟ କରାଯାଇଥିଲା ।

Advertisment

କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଭାରତୀୟ ସେନାରେ ଚାକିରି କରିଥିଲେ। ଦୁର୍ଗାପୁରରେ ନିଯୁକ୍ତି ପାଇଥିଲେ। ସପ୍ତାହେ ତଳେ ସେ ଛୁଟିରେ ଘରକୁ ଆସିଥିଲେ। ଗତ ରବିବାର ସେ ଗୋପଳପୁରକୁ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଯାଇଥିଲେ। ସେଠାରେ ତାଙ୍କର କିଛି ଯୁବକଙ୍କ ସହ ବଚସା ହୋଇଥିବା କୁହାଯାଉଛି। ଖେଳ ସରିବା ପରେ ସେ ବାଇକ୍‌ରେ ଘରକୁ ଫେରୁଥିଲେ। ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥା ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା।

ଯେଉଁମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସେମାନଙ୍କୁ ଗିରଫ ପାଇଁ ଟିମ୍‌ ଗଠନ କରାଯାଇଥିବା ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଥିବା ସୂଚନା ମିଳିଛି।

Ganjam Jawan Jawan Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe