Advertisment

ବିହାରରେ ଚାଞ୍ଚଲ୍ୟ, ବିଚ୍ ରାସ୍ତାରେ JDU ନେତାଙ୍କୁ ଗୁଳିକରି ହତ୍ୟା

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ଥିଲେ...

ଅଦ୍ୟତନ ହୋଇଛି
Nitish Kumar(White Shirt) & Saurabh Kumar (Blue Shirt)

Nitish Kumar(White Shirt) & Saurabh Kumar (Blue Shirt)

Advertisment

ବିଚ୍ ରାସ୍ତା ଉପରେ JDU ନେତାଙ୍କୁ ଗୁଳିକରି ହତ୍ୟା। ବିହାର ରାଜଧାନୀ ପାଟନାରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା। ମୃତ ଜେଡିୟୁ ନେତା ସୌରଭ କୁମାର ବୋଲି ଜଣାପଡିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ଭୋରରୁ ସୌରଭ କୁମାର ଓ ତାଙ୍କ ବନ୍ଧୁ ପାର୍ସର ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ସେମାନଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରିଥିଲେ। 

ଅତି ନିକଟରୁ ସୌରଭଙ୍କ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସେପଟେ ଗୁରୁତର ଅବସ୍ଥାରେ ସୌରଭଙ୍କ ବନ୍ଧୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ପୁନପୁନ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପାଟନାରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୁହାଯାଉଛି, ସୌରଭ ଜେଡିୟୁର ଜଣେ ଆଗ ଧାଡ଼ିର ଯୁବ ନେତା ଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ଥିଲେ। 

ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତମାନେ ଧରାପଡି ନଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। 

Firing Murder Bihar Murder Case JDU Leader Shot Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe