Advertisment

୩୦ ହଜାର ଟଙ୍କା ଲାଞ୍ଚ ନେଇ କନିଷ୍ଠ ଯନ୍ତ୍ରୀ ଗିରଫ

ଚୂଡ଼ାନ୍ତ ବିଲ୍ କରାଇ ଦେବାକୁ ଜଣେ ଠିକାଦାରଙ୍କ ଠାରୁ ଟଙ୍କା ନେଉଥିବା ବେଳେ ବନ୍ଧା ହେଲେ ଜେଇ।

Moneyed

Money

Advertisment

୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ। ଚୂଡ଼ାନ୍ତ ବିଲ୍ କରାଇ ଦେବାକୁ ଜଣେ ଠିକାଦାରଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

Advertisment

ଡେଲାଙ୍ଗ ବଜାର ସ୍ଥିତ ଏକ ଜନସେବା କେନ୍ଦ୍ର ନିକଟରେ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ ଲାଞ୍ଚ ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ପୁରୀର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନବକଳେବର ରାସ୍ତା ସ୍ଥିତ ତାଙ୍କ ଭଡ଼ା ଘର ଓ ତାଙ୍କ ଅଫିସରେ ଚଢ଼ାଉ କରାଯାଇଥିଲା।

Advertisment
Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe