Advertisment

ଲାଞ୍ଚ ନେଉଥିଲେ ଜେଇ; ମାଡ଼ି ବସିଲା ଭିଜିଲାନ୍ସ

ଭିଜିଲାନ୍ସ ଅଶୋକଙ୍କ ଘର ସମେତ ପୈତୃକ ଘର, ଅଫିସରେ ଚଢ଼ାଉ କରିଛି।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ। ଭିଜିଲାନ୍ସ ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି।

Advertisment

ଏକ ବିଲ୍‌ ପାସ କରିବା ପାଇଁ ଅଶୋକ ଠିକାଦାରଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ଠିକାଦର ଜଣଙ୍କ ଏନେଇ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଆଜି ସକାଳେ ଜେଇ ନିଜ ଅଫିସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଯାଇଥିଲେ।

ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ଘରେ ଚଢ଼ାଉ କରିଛି। ଭିଜିଲାନ୍ସ ଅଶୋକଙ୍କ ଘର ସମେତ ପୈତୃକ ଘର, ଅଫିସରେ ଚଢ଼ାଉ କରିଛି। 

Advertisment
Vigilance Raid JEE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe