Advertisment

ମହାଧୂର୍ତ୍ତ କନିଷ୍ଠ ଯନ୍ତ୍ରୀ; ଭିଜିଲାନ୍ସ ଟିମ୍‌କୁ ଦେଖି ଛାତ ଡେଇଁ ଛୁ

ଭିଜିଲାନ୍ସ ଟିମ୍‌କୁ ସକାଳୁ ସକାଳୁ ନିଜ ଘର ସମ୍ମୁଖରେ ଦେଖି ଛାତ ଡେଇଁ ଛୁ ମାରିଲେ। ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିଥିଲେ ବି ତାଙ୍କ ପତ୍ତା ପାଇ ପାରି ନାହାନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
JE & his House

JE & his House

ମହାଧୂର୍ତ୍ତ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ । ଭିଜିଲାନ୍ସ ଟିମ୍‌କୁ ସକାଳୁ ସକାଳୁ ନିଜ ଘର ସମ୍ମୁଖରେ ଦେଖି ଛାତ ଡେଇଁ ଛୁ ମାରିଲେ। ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିଥିଲେ ବି ତାଙ୍କ ପତ୍ତା ପାଇ ପାରି ନାହାନ୍ତି। ଏପରି ଫିଲ୍ମି ସିନ୍‌ ଆଜି ସକାଳେ ରାଜଧାନୀ ଭୁବନେଶ୍ୱରର ଜାଗମରାରେ ଦେଖିବାକୁ ମିଳିଛି। ଭିଜିଲାନ୍ସ ପଞ୍ଝାରୁ ଖସି ଯାଇଥିବା କନିଷ୍ଠ ଯନ୍ତ୍ରୀଜଣକ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ବୋଲି ଜଣାଯାଇଛି।

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍‌ ସୁନୀଲଙ୍କ ଜାଗମରାସ୍ଥିତ ଘରେ ପହଞ୍ଚିଥିଲା। ମାତ୍ର ଘର ବାହାରେ ଭିଜିଲାନ୍ସ ଟିମ୍‌କୁ ଦେଖି ନିଜ ଛାତ ଉପରକୁ ଚାଲି ଯାଇଥିଲେ ସୁନୀଲ। ଏହାପରେ ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର ହୋଇ ଯାଇଥିଲେ। ଭିଜିଲାନ୍ସ ଅଧିକାରୀଙ୍କ ଆଖି ସାମନାରେ ସବୁ ଘଟି ଯାଇଥିଲେ ବି ସେମାନେ ଯନ୍ତ୍ରୀଙ୍କୁ କିନ୍ତୁ କାବୁ କରି ପାରି ନାହାନ୍ତି।

ଭୁବନେଶ୍ୱରସ୍ଥିତି ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସମନ ଅନୁଯାୟୀ, ଆଜି ସକାଳୁ ସୁନୀଲ କୁମାର ପାଢ଼ୀଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୬ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି।

Advertisment

ସୁନୀଲଙ୍କର ଜାଗମରାର ପାଢ଼ୀ ଭିଲ୍ଲାରେ ଥିବା ଏକ ୩ ମହଲା କୋଠା, ଗଞ୍ଜାମ ଜିଲ୍ଲା ଆସିକାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଆସିକାର ସୁନାମ୍ବୋରେ ଥିବା ପୈତୃକ ଘର, ଭଞ୍ଜନଗରରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରରେ ଥିବା ତାଙ୍କ ଅଫିସ ଚାମ୍ବରରେ ଏକକାଳୀନ ଚଢ଼ାଉ କରାଯାଇଛି।

ସୁନୀଲଙ୍କ ଜାଗମରାସ୍ଥିତ ଘରୁ ନଗଦ ୪ ଲକ୍ଷ ଟଙ୍କା ସମେତ ବହୁ ଦସ୍ତାବିଜ ଜବତ ହୋଇଛି। ତେବେ ଏଯାବତ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ  କେତେ ପରିମାଣର ସମ୍ପତ୍ତି ଜବତ ହେଲାଣି ସେ ନେଇ କୌଣସି ସୂଚନା ମିଳି ପାରିନି।

ସୂଚନାଯୋଗ୍ୟ, ସୁନୀଲଙ୍କ ବାପା ରେଞ୍ଜର ଭାବେ କାର୍ଯ୍ୟ କରୁଥିଲେ। ସେ ୮ବର୍ଷ ହେଲା ଚାକିରିରୁ ଅବସର ନେଇ ସୁନାମ୍ବୋରେ ରହୁଛନ୍ତି। ସେଠାରେ ବି ଆଜି ଭିଜିଲାନ୍ସ ଟିମ୍‌ ପଶି ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନୀଲଙ୍କ ବାପାଙ୍କ ନାଁରେ ବି ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ଏଥିସହ ଚଢ଼ାଉ ବେଳେ ତାଙ୍କ ଘରୁ ମଧ୍ୟ ଆୟ ବର୍ହିଭୂତ ଟଙ୍କା, ସୁନା ଆଦି ଜବତ ହୋଇଥିଲା।

Bhubaneswar Vigilance Raid Raid Vigilance