/odisha-reporter/media/post_attachments/uploadimage/library/16_9/16_9_0/IMAGE_1720265474.jpg)
Nrusingha Nath Pradhan
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗ୍ରାମପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ (କନିଷ୍ଠ ଯନ୍ତ୍ରୀ/ଜେଇ) ନୃସିଂହନାଥ ପ୍ରଧାନ।
Advertisment
ବୋଲଗଡ଼ ବ୍ଲକ ଖଙ୍ଗୁରିଆ ପଞ୍ଚାୟତରେ ସାଂସଦ ପାଣ୍ଠିରୁ ନିର୍ମିତ ଏକ କୋଠଘରର ବିଲ୍ କରାଇ ଦେବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ ଜେଇ ଶ୍ରୀ ପ୍ରଧାନ। ଆଜି ସେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ୧୯,୨୦୦ ଟଙ୍କା ଜବତ କରାଯାଇଥିଲା।
ଲାଞ୍ଚ ନେଇ ଧରାପଡ଼ିବା ପରେ ଜେଇ ନୃସିଂହନାଥ ପ୍ରଧାନଙ୍କ ୪ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
Advertisment
ନୃସିଂହନାଥଙ୍କ ସରକାରୀ ବାସଭବନରେ ଚଢ଼ାଉ ବେଳେ ନଗଦ ୨ ଲକ୍ଷ ୧୬ ହଜାର ୯୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଚଢ଼ାଉ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
