Advertisment

୯ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ, ଠିକାଦାର ବି ଫସିଲେ

ଜଣେ ବ୍ୟକ୍ତି ତାଙ୍କ ବାପାଙ୍କ ନାଁରେ ଏକ ବୋରୱେଲ ଖୋଳାଇବା ପାଇଁ ନୟାଗଡ଼ ଜିଲ୍ଲା ଉଠା ଜଳସେଚନ ବିଭାଗରେ ଆବେଦନ କରିଥିଲେ।

JE

JE

Advertisment

ଜଣେ ବ୍ୟକ୍ତିଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ (ଜେଇ) ଜି ବୋଇତାଇ। ତାଙ୍କ ସହିତ ଶ୍ରୀକାନ୍ତ ପତି ନାମକ ଜଣେ ଠିକାଦାରଙ୍କୁ ମଧ୍ୟ ବାନ୍ଧିଛି ଭିଜିଲାନ୍ସ।

Advertisment

ଜଣେ ବ୍ୟକ୍ତି ତାଙ୍କ ବାପାଙ୍କ ନାଁରେ ଏକ ବୋରୱେଲ ଖୋଳାଇବା ପାଇଁ ନୟାଗଡ଼ ଜିଲ୍ଲା ଉଠା ଜଳସେଚନ ବିଭାଗରେ ଆବେଦନ କରିଥିଲେ। ତାଙ୍କ କାମ କରି ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ।

ଯୋଜନା ମୁତାବକ ଅଭିଯୋଗକାରୀ ଆଜି ଲାଞ୍ଚ ଟଙ୍କା ଦେବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ପାଖକୁ ଯାଇଥିଲେ। ଉକ୍ତ ଟଙ୍କାକୁ ଠିକାଦାର ଶ୍ରୀକାନ୍ତ ପତିଙ୍କୁ ଦେବାକୁ କନିଷ୍ଠ ଯନ୍ତ୍ରୀ ତାଙ୍କୁ କହିଥିଲେ। ଶ୍ରୀକାନ୍ତ ପତି ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ତାଙ୍କ ସହିତ କନିଷ୍ଠ ଯନ୍ତ୍ରୀ ଜି ବୋଇତାଇଙ୍କୁ ମଧ୍ୟ ଧରିଥିଲେ। ଶ୍ରୀକାନ୍ତ ପତିଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।

Advertisment

ଉଭୟ କନିଷ୍ଠ ଯନ୍ତ୍ରୀ (ଜେଇ) ଜି ବୋଇତାଇ ଓ ଠିକାଦାର ଶ୍ରୀକାନ୍ତ ପତିଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

Bribe Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe