Advertisment

ବଡ଼ମାନଙ୍କ ରାସ୍ତାରେ ସାନ: ୨୫ ହଜାର ଟଙ୍କା ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଜଣେ ସହଯୋଗୀଙ୍କ ସହାୟତାରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଧରାପଡ଼ିଛନ୍ତି ଜେଇ।

author-image
Jitendra Garnayak
ଅଦ୍ୟତନ ହୋଇଛି
JE

JE

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌।

Advertisment

ଜାମୁଗାଁ ପଞ୍ଚାୟତର ଜଳସରପଡ଼ା ଅଞ୍ଚଳରେ ହୋଇଥିବା ଏକ ଶ୍ମଶାନ କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କାର ବିଲ୍ କରି ଦେବାକୁ ସେ ଠିକାଦାର ପ୍ରତାପ ଚନ୍ଦ୍ର କାଣ୍ଡିଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ପ୍ରତାପ ଚନ୍ଦ୍ର କାଣ୍ଡି ଭିଜିଲାନ୍ସକୁ ଜଣାଇଥିଲେ। ଆଜି ନିଜ ସହଯୋଗୀ ବାପିନା ଦାସଙ୍କ ସହାୟତାରେ କନିଷ୍ଠ ଯନ୍ତ୍ରୀ ସ୍ମତି ରଞ୍ଜନ ନାୟକ ଲାଞ୍ଚ ବାବଦକୁ ୨୫ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।   

କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ଅଫିସରେ ଯାଞ୍ଚ କରୁଛି।

Advertisment

ଏହି କିଛି ଦିନ ମଧ୍ୟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବଡ଼ ବଡ଼ ପଦବୀରେ ଅବସ୍ଥାପିତ କେତେ ଜଣ ଯନ୍ତ୍ରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସେମାନେ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କାହା ପାଖରୁ ୫୦ଟି ପ୍ଲଟ ଠାବ ହୋଇଛି ତ ଆଉ କାହାଠାରୁ ୧୦୦ରୁ ଅଧିକ ପ୍ଲଟ ଠାବ ହୋଇଛି। 

ଏହି ଯନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ଓବିସିସିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ। ତାଙ୍କର ୨ଟି ବହୁତଳ କୋଠା, ୩ଟି ଫ୍ଲାଟ୍‌, ୫୦ଟି ପ୍ଲଟ, ୨ କୋଟି ଟଙ୍କାର ଜମା, କ୍ରସର ୟୁନିଟ୍‌, ୨ଟି ଜେସିବି ଓ ମେଡିସିନ୍ ଷ୍ଟୋର ଆଦି ରହିଛି। ତାଙ୍କ ଘରୁ ୧ କେଜିର ସୁନା ଗହଣା ମିଳିଥିଲା।   

ସେହିପରି ଅନ୍ୟ ଜଣେ ଯନ୍ତ୍ରୀ ହେଉଛନ୍ତି ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ। ତାଙ୍କର ଓଡ଼ିଶା ଓ ପଶ୍ଚିମବଙ୍ଗରେ ମିଶି ୧୦୫ଟି ପ୍ଲଟ ଠାବ କରାଯାଇଛି। ତା’ ସହିତ ତାଙ୍କର ଗୋଟିଏ ୫ ମହଲା କୋଠା, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ୭୮ ଲକ୍ଷରୁ ଅଧିକ ଟଙ୍କାର ଜମା ଆଦି ରହିଛି। ତାଙ୍କ ଘରୁ ୩୩୫ ଗ୍ରାମ ସୁନା ଗହଣା ସହିତ ୧୧.୭ ଲକ୍ଷ ଟଙ୍କା ଜବତ କରାଯାଇଛି। 

ଏହି ଦୁଇ ବଡ଼ ଯନ୍ତ୍ରୀଙ୍କ ପୂର୍ବରୁ ଗତ ମାସ ୨୫ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବଲାଙ୍ଗିରର ଲୋୟର ସୁକତେଲ ପ୍ରକଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ। ତାଙ୍କର ୩୪ଟି ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ। ତା’ ସହିତ ୨ଟି ବହୁତଳ କୋଠା, ୩ଟି ଫ୍ଲାଟ, ୨.୮୪ କୋଟିର ବ୍ୟାଙ୍କ ଓ ବୀମା ଜମା ଠାବ କରାଯାଇଥିଲା।   

Vigilance Raid Bribe Odisha Vigilance Vigilance Net Vigilance