Advertisment

୭ ହଜାର ନେଇଥିଲେ, ଆଉ ୭ ହଜାର ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରାଯାଇଛି।

JE

JE

Advertisment

ପୂର୍ବରୁ ୭ ହଜାର ଟଙ୍କା ନେଇଥିଲେ। ଆଜି ଆଉ ୭ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ମନରେଗାରେ ହୋଇଥିବା ଏକ କାର୍ଯ୍ୟ ପାଇଁ ନିଯୁକ୍ତ ଜବ୍‌କାର୍ଡଧାରୀଙ୍କୁ ପାରିଶ୍ରମିକ ଦେବାକୁ ମଷ୍ଟର ରୋଲ ପ୍ରସ୍ତୃତ କରିବାକୁ କେସ୍ ରେକର୍ଡ ଫେରସ୍ତ କରିବାକୁ ଅଭିଯୋଗକାରୀ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ କହିଥିଲେ। କିନ୍ତୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଏଥିପାଇଁ ୧୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିଛି ଦିନ ତଳେ ଅଭିଯୋଗକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ୭ ହଜାର ଟଙ୍କା ଦେଇଥିଲେ। ତେବେ ପୂରା ଟଙ୍କା ନଦେଲା ପର୍ଯ୍ୟନ୍ତ କେସ୍ ରେକର୍ଡ ଦେବେ ନାହିଁ ବୋଲି କହିଥିଲେ କନିଷ୍ଠ ଯନ୍ତ୍ରୀ।

ଅନ୍ୟକୌଣସି ଉପାୟ ନପାଇ ଅଭିଯୋଗକାରୀ ଟୋଲ୍‌ ଫ୍ରୀ ନମ୍ବର ଜରିଆରେ ଘଟଣା ସଂପର୍କରେ ଭିଜିଲାନ୍ସକୁ ଜଣାଥିଲେ। ଏହା ପରେ ଭିଜିଲାନ୍ସ ଅଧିକାରୀଙ୍କ ଯୋଜନା ଅନୁଯାୟୀ, ଅଭିଯୋଗକାରୀ ଆଜି କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ବାକି ୭ ହଜାର ଟଙ୍କା ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

Advertisment

କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe