Advertisment

ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ

କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ଋଣ ଠକେଇ ମାମଲାରେ ବନ୍ଧା ହେଲେ ଏହି କୋଟିପତି ଶିଳ୍ପପତି।

Naresh Goyal

Naresh Goyal

Advertisment

ବନ୍ଧା ହେଲେ ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ । କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ଋଣ ଠକେଇ ମାମଲାରେ ବନ୍ଧା ହେଲେ ଏହି କୋଟିପତି ଶିଳ୍ପପତି।

Advertisment

ମୁମ୍ବାଇ କାର୍ଯ୍ୟାଳୟରେ ଦୀର୍ଘ ସମୟ ପଚରାଉଚରା ପରେ ନରେଶ ଗୋୟଲଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ବାନ୍ଧିଛି ଇଡି। ତାଙ୍କୁ ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନିଆଯିବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ହାଜର ହେବା ନିମନ୍ତେ ଶିଳ୍ପପତି ଗୋୟଲଙ୍କୁ ୨ ଥର ସମନ କରାଯାଇଥିଲେ ବି ସେ ହାଜର ହୋଇ ନ ଥିଲେ। ଏହାପରେ ଶେଷରେ ଆଜି ତାଙ୍କୁ ବାନ୍ଧିଛି ଇଡି।

୫୩୮ କୋଟି ଟଙ୍କା ଠକେଇ ଅଭିଯୋଗ ନେଇ ଜେଟ ଏୟାରୱେଜର ଚେୟାରମ୍ୟାନ୍, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ମାମଲା ପଞ୍ଜୀକରଣ କରିଥିଲା। ଗତବର୍ଷ ମେ ମାସରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା। ଏହାପରେ ଗୋୟଲଙ୍କ ମୁମ୍ବାଇସ୍ଥିତ ବାସଭବନ ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ସିବିଆଇ ଅଧିକାରୀ ଛାନଭିନ କରିଥିଲା।

Advertisment

ସିବିଆଇ ପକ୍ଷରୁ ରୁଜୁ ମାମଲାରେ କୁହାଯାଇଛି, ଗତବର୍ଷ ନଭେମ୍ବର ୧୧ ତାରିଖରେ ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଅପରାଧିକ ଷଡଯନ୍ତ୍ର, ଅପରାଧିକ ଅର୍ଥ ହେରଫେର ଓ ଅପରାଧିକ ଦୁର୍ନୀତି କରିଥିଲେ ।

ସେହିପରି କାନରା ବ୍ୟାଙ୍କର ଚିଫ୍‌ ଜେନେରାଲ ମ୍ୟାନେଜର ପି. ସନ୍ତୋଷଙ୍କ ଦସ୍ତଖତ ଥିବା ଅଭିଯୋଗପତ୍ରରେ ଉଲ୍ଳେଖ ଅଛି, ନରେଶ ଗୋୟଲ, ତାଙ୍କ ପତ୍ନୀ ଅନୀତା ଗୋୟଲ, ଗୌରାଙ୍ଗ ଆନନ୍ଦ ସେଟ୍ଟୀ ପ୍ରମୁଖ ଜାଲିଆତି କରି ବ୍ୟାଙ୍କର ୫୩୮.୬୨ କୋଟି ଟଙ୍କାର କ୍ଷତି ଘଟାଇଛନ୍ତି।

ପ୍ରାୟ ୨୫ ବର୍ଷ କାଳ ବିମାଳ ଚଳାଚଳ କରିବା ପରେ ଜେଟ୍‌ ଏୟାରୱେଜ୍ ବ୍ୟବସାୟରେ ବହୁତ ଆର୍ଥିକ କ୍ଷତି ସହିଥିଲା । ଏହାପରେ ୨୦୧୯ ମସିହାଠାରୁ ଏହି କମ୍ପାନୀ ବିମାନ ସେବା ବନ୍ଦ କରି ସାରିଛି ।

Bankfraud Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe