Advertisment

ସୁନା ଦୋକାନରେ ପଶି ମାଲିକଙ୍କୁ ଗୁଳି କଲେ

କୁଣ୍ଢେଇହାଟ ତିନି ଛକି ବଜାରରେ ରହିଛି ନିରଞ୍ଜନ ସାହୁଙ୍କ ଅଳଙ୍କାର ଦୋକାନ। ଆଜି ସନ୍ଧ୍ୟା ବେଳେ ସେ ଦୋକାନରେ ବସିଥିଲେ। ଠିକ୍‌ ସେତିକି ବେଳେ କୋଣାର୍କ ପର୍ଶ୍ୱରୁ ୨ ଜଣ ଯୁବକ ମାସ୍କ ପିନ୍ଧି ଏକ ନମ୍ବର ବିହୀନ ହୋଣ୍ଡା ସାଇନ ବାଇକ୍‌ରେ ଦୋକାନ ପାଖରେ ବାଇକ୍‌ ରଖିଥିଲେ।

Loot

Loot

Advertisment

ନମ୍ୱର ବିହୀନ ବାଇକ୍‌ରେ ଆସିଲେ। ସୁନା ଦୋକାନରେ ପଶି ମାଲିକଙ୍କୁ ଗୁଳି କରି କାର୍‌ରେ ପଳାଇଗଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ଛାନ୍‌ଭିନ୍‌ ଚଳାଇଛି ପୁଲିସ୍‌।

Advertisment

କୁଣ୍ଢେଇହାଟ ତିନି ଛକି ବଜାରରେ ରହିଛି ନିରଞ୍ଜନ ସାହୁଙ୍କ ଅଳଙ୍କାର ଦୋକାନ। ଆଜି ସନ୍ଧ୍ୟା ବେଳେ ସେ ଦୋକାନରେ ବସିଥିଲେ। ଠିକ୍‌ ସେତିକି ବେଳେ କୋଣାର୍କ ପର୍ଶ୍ୱରୁ ୨ ଜଣ ଯୁବକ ମାସ୍କ ପିନ୍ଧି ଏକ ନମ୍ବର ବିହୀନ ହୋଣ୍ଡା ସାଇନ ବାଇକ୍‌ରେ ଦୋକାନ ପାଖରେ ବାଇକ୍‌ ରଖିଥିଲେ। ତା’ପରେ ଦୋକାନରେ ପଶିଥିଲେ। ସେମାନଙ୍କୁ ଦୋକାନ ମାଲିକ ଶ୍ରୀ ସାହୁ ବାରଣ କରିଥିଲେ। ହେଲେ ସେମାନେ ବନ୍ଧୁକ ବାହାର କରି ଶ୍ରୀ ସାହୁଙ୍କ ଉପରକୁ ୨ ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଶ୍ରୀ ସାହୁଙ୍କ କଙ୍କାଳ ଦେଇ ବାହାରି ଯାଇଥିବା ବେଳେ ଆଉ ଏକ ଗୁଳି ତାଙ୍କର କଙ୍କାଳରେ ରହିଥିବା ଅନୁମାନ କରାଯାଉଛି।

ଶ୍ରୀ ସାହୁ ରକ୍ତାକ୍ତ ହୋଇଥିଲେ ସୁଦ୍ଧା ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସେମାନଙ୍କ ଉପରକୁ ନାଇଟ୍ରିକ୍‌ ଏସିଡ୍‌ ଫିଙ୍ଗି ଦେଇଥିଲେ। ଯେଉଁଥିପାଇଁ ସେମାନେ ବାଇକ ଛାଡି ଅନ୍ୟ ଏକ କାରରେ କୋଣାର୍କ ଅଭିମୁଖେ ପଳାଇ ଯାଇଥିଲେ। ଗୁରୁତର ଶ୍ରୀ ସାହୁଙ୍କୁ ଅନ୍ୟ ଦୋକାନୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଏନେଇ ଅଭିଯୋଗ ହେବା ପରେ କାକଟପୁର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ଛକ ଛାନଭିନ୍‌ ଚଳାଇଛି। ହେଲେ ଅଭିଯୁକ୍ତଙ୍କୁ ଧରିବା ବିଫଳ ହୋଇଛି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Crime Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe