Advertisment

ପାର୍ବଣରେ ମାତିଲେ ଲୁଟେରା; ୨ଟି ମନ୍ଦିରରୁ ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଗୋଟିଏ ରାତିରେ ଦୁଇଟି ମନ୍ଦିରରେ କଳାକନା ବୁଲାଇଦେଲେ ଚୋର।

Loot

Loot

Advertisment

ପାର୍ବଣରେ ମାତିଲେ ଲୁଟେରା। ଗୋଟିଏ ରାତିରେ ଦୁଇଟି ମନ୍ଦିରରେ କଳାକନା ବୁଲାଇଦେଲେ। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ତ୍ରିବେଣୀ ତୀର୍ଥ ବେଲେଶ୍ୱର ମନ୍ଦିର ଓ ଦିୱାନି ପାଟଣା ଦୁଲ୍ଲା ଦେବୀ ମନ୍ଦିରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହ ମୂର୍ତ୍ତି ନେଇଥିବା ମନ୍ଦିର ପୂଜକ ଅଭିଯୋଗ କରିଛନ୍ତି।

Advertisment

ଗତକାଲି ରାତିରେ ଚୋରମାନେ ତ୍ରିବେଣୀ ତୀର୍ଥରେ ଥିବା ବେଲେଶ୍ୱର ମନ୍ଦିରର ତାଲା ଭାଙ୍ଗି ଭିତରେ ପଶିଥିଲେ। ପରେ ମନ୍ଦିରରୁ ଅଷ୍ଟଧାତୁ ସର୍ପ, ପିତ୍ତଳ ସର୍ପ, ଶିବ ପାର୍ବତୀଙ୍କ ରୂପା ସୁନା ମକୁଟ, ସୁନା ଆଖି, ଚିତା ଓ ଅନ୍ୟ ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଥିଲେ। ଆଜି ସକାଳେ ପୂଜକ ମନ୍ଦିରରେ ପହଞ୍ଚି ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଏନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ।

ସେହିପରି ଦିୱାନି ପାଟଣା ଗାଁର ଅଧିଷ୍ଠାତ୍ରୀ ଦୁଲ୍ଲାଦେବୀଙ୍କ ଅଳଙ୍କାର ଲୁଟି ନେଇଛନ୍ତି ଚୋର। ଗତକାଲି ରାତିରେ ଚୋରମାନେ ମନ୍ଦିରରେ ପଶି ମା’ ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଛନ୍ତି। ବାଲିପାଟଣା ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ପାଟ୍ରୋଲିଂ କରୁନଥିବାରୁ ଲୁଟପାଟ ବଢୁଥିବା କହିଛନ୍ତି ଗ୍ରାମବବାସୀ

Advertisment

ପୁଲିସ ପାଟ୍ରୋଲିଂ କରୁନଥିବାରୁ ଲୁଟପାଟ ବଢୁଥିବା କହିଛନ୍ତି ଗାଁ ଲୋକ। ଗ୍ରାମବାସୀ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଛନ୍ତି। ଅଧିକ ଖୋଳତାଡ କରୁଛି ବାଲିପାଟଣା ଥାନା ପୁଲିସ। 

Loot Temple Loot Khodha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe