Advertisment

ଶୋଇଥିବା ବେଳେ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୨୦ ହଜାର ଟଙ୍କା ଗାଏବ

ଯେଉଁ ବକ୍ସରେ ସୁନା ଅଳଙ୍କାର ଥିଲା, ତାକୁ ଦୁର୍ବୃତ୍ତ ନେଇ ଯାଇଥିଲେ। ଉକ୍ତ ବକ୍ସକୁ ଗାଁଠାରୁ କିଛି ଦୂରରେ ଏକ ବିଲରୁ ମିଳିଛି।

author-image
Jitendra Garnayak
House

House

ଭଦ୍ରକ ଜିଲ୍ଲା ଧାମନଗର ଥାନା ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗାଁରେ ଏକ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘର ଲୋକେ ଶୋଇଥିବା ବେଳେ ଜଣେ କିମ୍ବା ତା’ଠାରୁ ଅଧିକ ଦୁର୍ବୃତ୍ତ ପଶି ସୁନାଅଳଙ୍କାର ସହିତ ନଗଦ ୨୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।

Advertisment

ଗାଁର ପୀତାମ୍ବର ପ୍ରଧାନଙ୍କ ଘରୁ ଏହି ଚୋରି ହୋଇଛି। ଦୁର୍ବୃତ୍ତ ଝରକା ଭାଙ୍ଗି ଭିତରେ ପଶିଥିଲେ। ଯେଉଁ ବକ୍ସରେ ସୁନା ଅଳଙ୍କାର ଥିଲା, ତାକୁ ଦୁର୍ବୃତ୍ତ ନେଇ ଯାଇଥିଲେ। ସେଥିରେ ପୀତାମ୍ବର ୨୦ ହଜାର ଟଙ୍କା ମଧ୍ୟ ରଖିଥିଲେ। ଉକ୍ତ ବକ୍ସକୁ ଗାଁଠାରୁ କିଛି ଦୂରରେ ଏକ ବିଲରୁ ମିଳିଛି।

ପୀତାମ୍ବର ଘଟଣା ନେଇ ଧାମନଗର ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଏହି ଘଟଣାରେ ଗାଁର କୌଣସି ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ପୁଲିସ୍ ସବୁ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।

Advertisment
Loot