Advertisment

ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ

ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି କରିଥିଲା ବିବାହ। ଧରାପଡ଼ିଯିବା ଭୟରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।

ଅଦ୍ୟତନ ହୋଇଛି
Naresh Bhengra (accused)

Naresh Bhengra (accused)

Advertisment

ନିଜ ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ। ଝାଡ଼ଖଣ୍ଡର ଖୁଣ୍ଟିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାମିଲନାଡ଼ୁରେ ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି ବିବାହ କରିଥିଲା ଅଭିଯୁକ୍ତ। ହେଲେ ଏ ବିଷୟରେ ଜଣାପଡ଼ିଯିବା ଡରରେ ପ୍ରେମିକାକୁ ଜଙ୍ଗଲରେ ଦୁଷ୍କର୍ମ କରି ହତ୍ୟା କରିଥିଲା ଅଭିଯୁକ୍ତ। ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ନରେଶ ଭେଙ୍ଗ୍ରାକୁ ପୁଲିସ ଗିରଫ କରିଛି।

Advertisment

ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଏସପି ଅମନ କୁମାରଙ୍କ କହିବା ଅନୁସାରେ, ଘଟଣାଟି ନଭେମ୍ବର ୮ରେ ଘଟିଥିବାବେଳେ ନଭେମ୍ବର ୨୪ରେ ସାମ୍ନାକୁ ଆସିଥିଲା। ଏକ ବୁଲା କୁକୁର ଗୋଟିଏ ମଣିଷର କଟା ହାତ ପାଟିରେ ଧରି ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ବହୁ ଖୋଜାଖୋଜି ପରେ ସ୍ଥାନୀୟ ଜଙ୍ଗଲରୁ ମୃତକଙ୍କ ଶରୀରର ଅନ୍ୟ କେତେକ ଅଂଶ ପାଇଥିଲା। ସେଠାରେ ମୃତକଙ୍କ ବ୍ୟାଗ୍ ମଧ୍ୟ ପାଇଥିଲା ପୁଲିସ। ସେଥିରୁ ମିଳିଥିବା ଆଧାର କାର୍ଡ ଅନୁସାରେ ପୀଡ଼ିତାଙ୍କ ପରିଚୟ ପାଇ ପରିବାରକୁ ସୂଚନା ଦେଇଥିଲା। ପରିବାର ଲୋକେ ଆସି ପହଞ୍ଚିବା ପରେ ସେମାନଙ୍କ ବୟାନ ଆଧାରରେ ଅଧିକ ତଦନ୍ତ କରି ଅଭିଯୁକ୍ତ ନରେଶ ଭେଙ୍ଗ୍ରାକୁ ପୁଲିସ ଗିରଫ କରିଛି।

ଅଭିଯୁକ୍ତ ପଚରାଉଚରା ବେଳେ ପୁଲିସ ଆଗରେ ସବୁ ସତ କଥା ମାନିଛି। ଅଭିଯୁକ୍ତ ନରେଶ ତାମିଲନାଡ଼ୁରେ କଂସେଇ ଭାବରେ କାମ କରୁଥିଲା। ସେ ମୃତକଙ୍କ ସହ ସେଠାରେ କିଛି ବର୍ଷ ହେବ ଲିଭ୍-ଇନରେ ରହୁଥିଲା। ହେଲେ କିଛି ମାସ ତଳେ ଝାଡ଼ଖଣ୍ଡରେ ଥିବା ନିଜ ଗାଁକୁ ଫେରି ସେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲା। ଏହାପରେ ସେ ପତ୍ନୀଙ୍କୁ ନନେଇ ପୁଣି ତାମିଲନାଡ଼ୁରେ ନିଜ ପ୍ରେମିକା ପାଖକୁ ଫେରିଯାଇଥିଲା। ସେଠାରେ ନରେଶ ସହ ତା' ଘରକୁ ଆସିବାକୁ ଜିଦ୍ ଧରିଥିଲେ ପ୍ରେମିକା।

Advertisment

ସେଠାରୁ ନରେଶ ମୁଣ୍ଡରେ ପଶିଥିଲା ସୈତାନ। ସେ ପ୍ରେମିକାଙ୍କୁ ଝାଡ଼ଖଣ୍ଡ ତ ଆଣିଥିଲା, ହେଲେ ଘରକୁ ନେବା ପରିବର୍ତ୍ତେ ଘର ପାଖ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ଲିଭ-ଇନ୍ ପ୍ରେମିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ଅଭିଯୁକ୍ତ। ଏହାପରେ ସେ ପ୍ରେମିକାକୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା ଏବଂ ଜଙ୍ଗଲରେ ଫିଙ୍ଗି ଦେଇ ବନ୍ୟଜନ୍ତୁ ଖାଇଯିବେ ଭାବି ଘରକୁ ଫେରିଆସିଥିଲା।

Crime Jharkhand Man Chopped Gf Body Into Pieces
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe