Advertisment

ବିନ୍ଦି ଲଗାଇବାରୁ ବର୍ଷିଲେ ଶିକ୍ଷୟିତ୍ରୀ, ଝୁଲି ପଡ଼ିଲେ ଛାତ୍ରୀ

ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସମ୍ମୁଖରେ ହେବାକୁ ପଡ଼ିଲା ଅସମ୍ମାନିତ। ପ୍ରାର୍ଥନା ସଭାର ମାଡ଼ଗାଳି ସହ ମିଳିଲା ଲାଞ୍ଝନା। ଏଥିରେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ଛାତ୍ରୀଜଣକ ଶେଷରେ ଚରମ ନିଷ୍ପତ୍ତି ନେଲେ ।

Bindi

Bindi

Advertisment

ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସମ୍ମୁଖରେ ହେବାକୁ ପଡ଼ିଲା ଅସମ୍ମାନିତ। ପ୍ରାର୍ଥନା ସଭାର ମାଡ଼ଗାଳି ସହ ମିଳିଲା ଲାଞ୍ଝନା। ଏଥିରେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ଛାତ୍ରୀଜଣକ ଶେଷରେ ଚରମ ନିଷ୍ପତ୍ତି ନେଲେ । ଆଉ ଝୁଲି ପଡ଼ି ନିଜ ଜୀବନ ହାରିଲେ। ଏପରି ଏକ ସମ୍ବେଦନଶୀଳ ଘଟଣା ଝାରଖଣ୍ଡର ଧାନବାଦରେ ଘଟିଛି। ମୃତା ଛାତ୍ରୀଜଣକ ହେଲେ ୧୬ ବର୍ଷୀୟା ଉଷା କୁମାରୀ ।

Advertisment

ଏହି ଘଟଣା ଗତ ସୋମବାରର ବୋଲି ଜଣାଯାଇଛି। ସୋମବାର ଏକ ଘରୋଇ ସ୍କୁଲ ଛାତ୍ରୀ ଉଷା କୁମାରୀ ମଥାରେ ବିନ୍ଦି ଲଗାଇ ସ୍କୁଲକୁ ଯାଇଥିଲେ। ମାତ୍ର ପ୍ରାର୍ଥନା ସଭାରେ ଏହା ଦେଖି ତାଙ୍କ ଉପରେ ରାଗି ପାଚି ଲାଲ ହୋଇ ଯାଇଥିଲେ ଜଣେ ଶିକ୍ଷୟିତ୍ରୀ । ସେ ଉଷାଙ୍କ ଗାଲକୁ ଚାପୁଡ଼ା ମାରିବା ସହ ଅଭସ୍ୟ ଭାଷାରେ ବି ଗାଳିଗୁଲଜ କରିଥିଲେ।

ଏଥିରେ ସମ୍ପୂର୍ଣ୍ଣ ବିଚଳିତ ହୋଇ ପଡ଼ିଥିବା ଉଷା ଘରକୁ ଫେରିବା ପରେ ନିଜ ରୁମ୍‌କୁ ଭିତରୁ ବନ୍ଦ କରି ଦେଇଥିଲେ। ଏହାପରେ ଫ୍ୟାନ୍‌ରେ ଝୁଲି ପଡ଼ି ଜୀବନ ହାରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଅ ନ ବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେ ପାଇଁ ପଠାଇଛି। ଏଥିସହ ଉଷାଙ୍କ ୟୁନିଫର୍ମ ପକେଟରୁ ଏକ ସୁଇସାଇଡାଲ ନୋଟ ଜବତ କରିଛି। ଉକ୍ତ ନୋଟରେ ସେ ନିଜ ମୃତ୍ୟୁ ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ଜଣେ ଶିକ୍ଷୟିତ୍ରୀଙ୍କୁ ଦାୟୀ କରିଛନ୍ତି। ପୁଲିସ୍‌ ତୁରନ୍ତ ୨ ଅଭିଯୁକ୍ତାଙ୍କୁ ଗିରଫ କରିଛି।

ଏହି ଘଟଣା ପାଇଁ ଉତ୍ତ୍ୟକ୍ତ ଲୋକେ ସ୍କୁଲ ମ୍ୟାନେଜମେଣ୍ଟକୁ ଦାୟୀ କରିଥିବା ବେଳେ ତୁରନ୍ତ ଘଟଣାର ଯାଞ୍ଚ ପାଇଁ ପୁଲିସ୍‌ ପ୍ରତିଶ୍ରୁତି ଦେବାରୁ ଉତ୍ତେଜନା ଥମିଥିଲା।

Jharkhand Students Hanging
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe