Advertisment

ମା' ନା ପିଶାଚି, ପୁଅ କାନ୍ଦିବାରୁ ତଣ୍ଟି ଚିପି ମାରିଦେଲା

ଏହି ମାମଲାରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି।

author-image
Madhupriya Mistry
strangles 2-year-old son

strangles 2-year-old son

ମା' ସାଜିଲା ରାକ୍ଷସୀ। ଜନ୍ମ କଲା ପୁଅକୁ ଭୁଲିଗଲା ମା'। ଫୋନ୍‌ରେ କଥା ହେବା ବେଳେ କାନ୍ଦିବାରୁ ପୁଅକୁ ତଣ୍ଟି ଚିପି କଲା ହତ୍ୟା। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡରେ। ଏହି ମାମଲାରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି।

Advertisment

ଝାଡଖଣ୍ଡ ଗିରିଡି ଜିଲ୍ଲାର ଅଫସାନା ଖାତୁନ। ଗୁରୁବାର ଦିନ ସ୍ୱାମୀ ନିଜାମୁଦ୍ଦିନଙ୍କ ସହ କୌଣସି କଥାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ସେ ନିଜର ୨ ବର୍ଷର ସାନ ପୁଅକୁ ସାଙ୍ଗରେ ନେଇ ଏକ ରୁମ୍‌ ଭିତରେ ପଶି ଭିତରୁ କବାଟ ଦେଇ ଦେଇଥିଲେ। ଘର ଭିତରେ ଥାଇ କାହା ସହିତ ଫୋନ୍‌ରେ କଥାବର୍ତ୍ତା କରୁଥିବା ବେଳେ ପୁଅ କାନ୍ଦିଥିଲା। ତା' କାନ୍ଦ ବନ୍ଦ କରିବାକୁ ଯାଇ ସେ ତା’ର ତଣ୍ଟି ଚିପି ତାକୁ ହତ୍ୟା କରିଥିବା ଅଫସାନାଙ୍କ ଶ୍ୱଶୁର ରୋଜନ ଅନସାରୀ ଥାନାରେ ଅଭିଯୋଗ କରିଛନ୍ତି।

ଦୀର୍ଘ ସମୟ ଧରି ଅଫ୍‌ସାନା କବାଟ‌ ଖୋଲିଲେ ନାହିଁ। ଏହାପରେ ଶୋଇବା ପାଇଁ ସ୍ୱାମୀଙ୍କୁ ରୁମ୍‌କୁ ଡାକିବା ପରେ ପ୍ରକୃତ କଥା ଜଣାପଡ଼ିଲା। ସ୍ୱାମୀ ଉକ୍ତ ରୁମ୍‌ ଭିତରେ ପଶିବା ପରେ ପୁଅ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ଏହାପରେ ତୁରନ୍ତ ତାକୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ, ସେଠାରେ ଡାକ୍ତିର ପୁଅକୁ ମୃତ ବୋଲି ଘୋଷଣା କରିଥିଲେ।

Advertisment

ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଅଫସାନା ଖାତୁନକୁ ଗିରଫ କରିଛି। ପୁଅକୁ ମାରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ବିରକ୍ତ କରିବାରୁ ସେ ପୁଅକୁ ଧକ୍କା ମାରିଥିଲେ। ଏହାପରେ ସେ ଖଟରୁ ତଳକୁ ଖସି ପଡ଼ିଥିଲା ବୋଲି ଅଫସାନା ସଫେଇ ଦେଇଛନ୍ତି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୂରା ମାମଲାର ତଦନ୍ତ ଜାରି ରଖିଛି।

Murder Jharkhand Strangles