Advertisment

ଏକତରଫା ପ୍ରେମର କରୁଣ ପରିଣତି; ଭଉଣୀ ପାଇଁ ଭାଇ ଖାଇଲା ଛୁରା ମାଡ଼

ଯୁବତୀଙ୍କ ନାକୁ ହଁ ରେ ପରିଣତ କରିବାକୁ ଯୁବକଜଣକ ତାଙ୍କୁ ଧମକାଇବାକୁ ପଛାଇଲେ ନାହିଁ। ଏପରିକି ତାଙ୍କ ଘରେ ପଶି ଛୁରୀ ସାହାଯ୍ୟରେ ଆକ୍ରମଣ କରିବାକୁ ଯାଉଥିବା ବେଳେ ଭଉଣୀକୁ ବଞ୍ଚାଇବାକୁ ଆସି ଚାଲିଗଲା ଭାଇର ଜୀବନ ।

author-image
Niharika Rout
Murder

Murder

ଏକ ତରଫା ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଯୁବତୀଙ୍କ ନାକୁ ହଁ ରେ ପରିଣତ କରିବାକୁ ଯୁବକଜଣକ ତାଙ୍କୁ ଧମକାଇବାକୁ ପଛାଇଲେ ନାହିଁ। ଏପରିକି ତାଙ୍କ ଘରେ ପଶି ଛୁରୀ ସାହାଯ୍ୟରେ ଆକ୍ରମଣ କରିବାକୁ ଯାଉଥିବା ବେଳେ ଭଉଣୀକୁ ବଞ୍ଚାଇବାକୁ ଆସି ଚାଲିଗଲା ଭାଇର ଜୀବନ । ଏଥିରେ ଯୁବତୀଜଣକ ଗୁରୁତର ହୋଇ ଏବେ ମେଡିକାଲରେ ଆଡମିଟ୍‌ ହୋଇଥିବା ଜଣାଯାଇଛି।

Advertisment

ହାଇଦ୍ରାବାଦରେ ରହୁଥିବା ଯୁବତୀଜଣକ ହୋମିଓପାଥୀ ପଢ଼ୁଥିବା ବେଳେ ତାଙ୍କ ଭାଇ ଇଞ୍ଜିନିୟରିଂ କରୁଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ କିଛି ଦିନ ହେବ ତାଙ୍କ ପିଛା କରୁଥିବା ବେଳେ ତାଙ୍କୁ ପ୍ରେମ ନିବେଦନ କରୁଥିଲେ। ମାତ୍ର ଯୁବତୀଜଣକ ଏହାକୁ ପ୍ରତ୍ୟାଖାନ କରି ଚାଲିଥିଲେ।

ଏଥିରେ ଉତ୍ତ୍ୟକ୍ତ ଯୁବକଜଣକ ଗତ ରବିବାର ଅତର୍କିତ ଭାବେ ଯୁବତୀଙ୍କ ଘରେ ପଶି ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ବେଳେ ଯୁବକଜଣକ ଏକ ଛୁରୀ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହାଦେଖି ଯୁବତୀଜଣକ ଚିତ୍କାର କରିବାରୁ ଘରେ ଥିବା ତାଙ୍କ ଭାଇ ବାହାରି ଆସି ଯୁବକଙ୍କୁ ବିରୋଧ କରିଥିଲେ।

Advertisment

ଫଳରେ ଯୁବକଙ୍କ ଛୁରା ମାଡ଼ରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ସେ ଯୁବତୀଙ୍କୁ ଆକ୍ରମଣ କରିଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁତର ଅବସ୍ଥାରେ ଯୁବତୀଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Murder Love Betrayal