Advertisment

ଧୂର୍ତ୍ତ ରେଳ କର୍ମଚାରୀ; ଚାକିରି ଦେବାକୁ କହି ଠକିନେଲେ କୋଟିକୋଟି ଟଙ୍କା!

ଅଭିଯୋଗ ଅନୁସାରେ ଧ୍ରୁବ ଓ ତାଙ୍କ ସାନଭାଇ ଆଶାୟୀଙ୍କୁ ପ୍ରଥମେ ରେଳ ମାଲ୍‌ ଗୋଦାମ ସଂଘର ପରିଚୟପତ୍ର ଦେଇଥିଲେ। ସେଥିପାଇଁ ଜଣକା ଲକ୍ଷେ ଟଙ୍କା ଲେଖାଏଁ ଆଦାୟ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Jaleswar

Jaleswar

ଧୂର୍ତ୍ତ ରେଳ କର୍ମଚାରୀ! ରେଲୱେରେ ଚାକିରି କରାଇ ଦେବାକୁ କହି ଶହଶହ ଶିକ୍ଷିତ ବେକାର ଛାତ୍ରଛାତ୍ରୀଙ୍କୁ ଠକିଦେଲେ। ଏବେ ଚାକିରି ନପାଇ ବାର ଦୁଆର ହେଉଛନ୍ତି ଠକାମୀରେ ଶିକାର ହୋଇଥିବା ଛାତ୍ରଛାତ୍ରୀ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଆଶାୟୀମାନେ ଏନେଇ ଆଜି ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଜଳେଶ୍ୱର ଥାନା ଲାଙ୍ଗୁଡ଼ ସାହିର ଧ୍ରୁବ ଚରଣ ଜେନା ଦକ୍ଷିଣ-ପୂର୍ବ ରେଳ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଚାକିରି କରନ୍ତି। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ଓ ତାଙ୍କ ସାନଭାଇ ପ୍ରଶାନ୍ତ ଜେନା ଶହଶହ ଶିକ୍ଷିତ ବେକାର ଯୁବକ ଏବଂ ଯୁବତୀଙ୍କୁ ଠକିଛନ୍ତି। ରେଳ ବିଭାଗରେ ଚାକିରି କରାଇ ଦେବାକୁ କହି କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଧ୍ରୁବ ଓ ତାଙ୍କ ସାନଭାଇ ଆଶାୟୀଙ୍କୁ ପ୍ରଥମେ ରେଳ ମାଲ୍‌ ଗୋଦାମ ସଂଘର ପରିଚୟପତ୍ର ଦେଇଥିଲେ। ସେଥିପାଇଁ ଜଣକା ଲକ୍ଷେ ଟଙ୍କା ଲେଖାଏଁ ଆଦାୟ କରିଥିଲେ। କାହା ପାଖରୁ ନଗଦ ଟଙ୍କା ନେଇଥିଲେ ତ ଆଉ କାହାଠାରୁ ଚେକ୍‌ ଓ କାହା ପାଖରୁ ଫୋନ୍‌ ପେ’ ମାଧ୍ୟମରେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଧ୍ରୁବ ଓ ତାଙ୍କ ଭାଇଙ୍କ ମାୟା ଜାଲରେ ବାଲିଆପାଳ, ଜଳେଶ୍ୱର, ବସ୍ତା ଓ ପଡୋଶୀ ଜିଲ୍ଲା ମୟୂରଭଞ୍ଜ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଫସିଥିଲେ।

Advertisment

ଟଙ୍କା ଦେଲେ ମଧ୍ୟ ଚାକିରି ମିଳିଥିଲା। ଏହା ପରେ ଆଶାୟୀମାନେ ଧ୍ରୁବ ଓ ତାଙ୍କ ଭାଇଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେ ଧରାଛୁଆଁ ଦେଇନଥିଲେ। ଶେଷରେ କିଛି ଉପାୟ ନପାଇ ଠକାମୀରେ ଶିକାର ହୋଇଥିବା ଛାତ୍ରଛାତ୍ରୀମାନେ ଜଳେଶ୍ୱର ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଠକାମୀରେ ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ ନେଇ ପୁଲିସ୍‌, ରେଳ ବିଭାଗ କିମ୍ୱା ଧ୍ରୁବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Fraud Job Scam