Advertisment

ନର୍ସିଂ ଚାକିରି ଦେବା ନାଁରେ ଠକେଇ; ୨ ଭାଇ ଗିରଫ

ମେଡିକାଲରେ ଚାକିରି କରାଇବା କହି ୩୦ ଜଣଙ୍କ ଠାରୁ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଲେ। ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୁଲିସ।

Fraudster arrested in Cuttack

Fraudster arrested in Cuttack

Advertisment

ମେଡିକାଲରେ ନର୍ସିଂ ଚାକିରି କରାଇଦେବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଅଭିଯୋଗ ପରେ ଏବେ ପୁଲିସ କବଜାରେ ଦୁଇ ଅଭିଯୁକ୍ତ। କଟକ ମଙ୍ଗଳାବାଗ ଥାନା ପୁଲିସ ଏହି ଘଟଣାରେ ଦୁଇ ଦଲାଲଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ଦୁଇ ଭାଇ ବୋଲି ଜଣାପଡ଼ିଛି। ଏମାନେ କଟକ ମଧୁପାଟଣା ଅଞ୍ଚଳରେ ଏକ ବେଆଇନ୍ ଅଫିସ୍ ଖୋଲି ଖବରକାଗଜରେ ବିଜ୍ଞାପନ ଦେଇ ଚାକିରି କରାଇବା କହି ୩୦ ଜଣଙ୍କ ଠାରୁ ପ୍ରାୟ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି।

Advertisment

ଅଭିଯୁକ୍ତ ଦୁଇ ଭାଇ କଟକର ଥୋରିଆ ସାହି ଅଞ୍ଚଳର ଅର୍ଚ୍ଚିତ ଦାସ ଏବଂ ଅର୍ପିତ ଦାସ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ କାର, ଗୋଟିଏ ସ୍କୁଟି ଓ ନକଲି ନିଯୁକ୍ତି ପତ୍ର ସବୁ ଜବତ କରିଛି। ଏସସିବି ମେଡିକାଲ ସମେତ ରାଜ୍ୟର ଅନ୍ୟ ବଡ଼ ବଡ଼ ସରକାରୀ ମେଡିକାଲରେ ଏଏନ୍ଏମ୍, ଜିଏନ୍ଏମ୍, ଅଫିସ୍ ଆସିଷ୍ଟାଣ୍ଟ ଭଳି ପଦରେ ଚାକିରି କରାଇଦେବା କହି ଏମାନେ ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେଇଥିବା ପୁଲିସ କହିଛି।

ପୁଲିସ କହିବା ଅନୁସାରେ ଏମାନେ ଖବରକାଗଜରେ ଚାକିରି ବିଜ୍ଞପ୍ତି ମଧ୍ୟ ଦେଇଥିଲେ। ଚାକିରି ଆଶାରେ ଆଶାୟୀ ଏମାନଙ୍କ ପାଖକୁ ଆସିବା ପରେ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ନକଲି ନିଯୁକ୍ତି ପତ୍ର ଦେଇଥିଲେ। ନକଲି ନିଯୁକ୍ତି ପତ୍ର ନେଇ ଆଶାୟୀ ଯେତେବେଳେ ମେଡିକାଲରେ ପହଞ୍ଚିଥିଲେ, ସେମାନେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ଏହାପରେ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେବାପରେ ପୁଲିସ ଦୁଇ ଦଲାଲ ଭାଇଙ୍କୁ ଗିରଫ କରିଛି। ଏମାନେ ଏକ ରାକେଟ୍ ଚଳାଇଥିଲେ ବୋଲି ଜଣାପଡ଼ିଛି। ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାହାର ତଦନ୍ତ ଚାଲିଥିବା କହିଛନ୍ତି ଏସିପି।

Advertisment
Fraud Brothers Job Fraud Cuttack Fraudster Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe