Advertisment

‘ମୋ ସ୍କୁଲ୍‌’ ନାଁରେ ଠକେଇ: ଚାକିରି ଦେବାକୁ କହି ଲୋକଙ୍କୁ ଲୁଟୁଥିବା ୩ ଅଭିଯୁକ୍ତ ଗିରଫ

ଅଭିଯୁକ୍ତମାନେ ‘ମୋ ସ୍କୁଲ’ ନାଁରେ ନକଲି ୱେବସାଇଟ ଖୋଲି ଡାଟା ଏଣ୍ଟ୍ରି ଅପରେଟର, ପିଅନ ଓ ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି ପୋଷ୍ଟ ପାଇଁ ମିଛ ଵିଜ୍ଞାପନ ଦେଇ ଚାକିରି ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଜଣାପଡ଼ିଛି।

Gautam Kishan

Gautam Kishan

Advertisment

‘ମୋ ସ୍କୁଲ’ ନାଁରେ ଫେକ୍ ୱେବସାଇଟ୍‌ ଖୋଲି ଚାକିରି ଦେବା ନାଁରେ ଲୋକଙ୍କୁ ଲୁଟୁଥିବା ଏକ ଗ୍ୟାଙ୍ଗକୁ ଭୁବନେଶ୍ୱରର କମିଶନରେଟ ପୁଲିସ ଧରିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ଅମର ସାମଲ, ମଦନ ନାଗ ଓ ରାଇଗୁଲୁ ପାତ୍ର। ଭରତପୁରରୁ ଗିରଫ ହୋଇଥିବା ଏହି ଅଭିଯୁକ୍ତମାନଙ୍କଠାରୁ ପୁଲିସ୍ ଦୁଇ ଲକ୍ଷ ଟଙ୍କା,ଦୁଇଟି ଲାପ୍‌ଟପ୍‌, ୧୩ଟି ମୋବାଇଲ, ବ୍ୟାଙ୍କ ଚେକ୍‌ବୁକ୍‌, ଏଟିଏମ୍ କାର୍ଡ, ଫେକ୍‌ ସିଲ ଷ୍ଟାମ୍ପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଛି।

ଅଭିଯୁକ୍ତମାନେ ‘ମୋ ସ୍କୁଲ’ ନାଁରେ ନକଲି ୱେବସାଇଟ ଖୋଲି ଡାଟା ଏଣ୍ଟ୍ରି ଅପରେଟର, ପିଅନ ଓ ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି ପୋଷ୍ଟ ପାଇଁ ମିଛ ଵିଜ୍ଞାପନ ଦେଇ ଚାକିରି ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଜଣାପଡ଼ିଛି।

Advertisment

‘ମୋ ସ୍କୁଲ୍‌’ ନାଁରେ ଏହି ପ୍ରକାର ଠକେଇ ଚାଲିଥିବା ଜାଣି ‘ମୋ ସ୍କୁଲ୍‌’ କର୍ତ୍ତୃପକ୍ଷ ସାଇବର ଥାନାରେ ଅଭିଯୋଗ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ମଧ୍ୟ ପୁଲିସ କମିଶନରଙ୍କୁ ଚିଠି ଲେଖି ଏ ବିଷୟରେ ଜଣାଇଥିଲେ।

ପୁଲିସ୍ ଛାନ୍‌ଭିନ୍ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ସେମାନେ କେତେ ଟଙ୍କା ଲୁଟିଛନ୍ତି, ସେମାନଙ୍କ ସହିତ ଏହି ଠକେଇରେ ଆଉ କେଉଁମାନେ ସାମିଲ ଅଛନ୍ତି ନା ନାହିଁ, ସେ ସଂପର୍କରେ ଖୋଳତାଡ଼ ଜାରି ରଖିଛି।

Job Scam Mo School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe