Advertisment

ଚାକିରି ନାଁରେ ବଡ଼ ଠକେଇ, ୧୦ ଗିରଫ

ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାଣ୍ଟୁଥିଲେ ଅଭିଯୁକ୍ତ। ଚାକିରି ପରେ କ୍ୟାଣ୍ଡିଡେଟ୍ ପିଛା ୮ରୁ ୧୬ ଲକ୍ଷ ଟଙ୍କା ନେଉଥିଲେ। ତେବେ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ବାଲେଶ୍ୱର ଏସପି ଶାଗରୀକା ନାଥ ସୂଚନା ଦେଇଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Balasore

Balasore

ଚାକିରି ନାଁରେ ବଡ଼ ଠକେଇ। ଷ୍ଟାଫ୍‌ ସିଲେକ୍ସନ କମିଶନର CGL ପ୍ରଶ୍ନପତ୍ର ଡିଲ୍‌ ଅଭିଯୋଗ ପରେ ବଡ଼ ଧରଣର ଠକେଇ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକ ହୋଟେଲରେ ଚଢଉ ବେଳେ ଜଣେ ମହିଳାଙ୍କ ସହ ୯ ଜଣଙ୍କୁ ଗିରଫ କରିଛି। ସାଇବର ଟିମ୍ ଓ ମେରାଇନ୍ ଥାନା ପୁଲିସର ଚଢଉ ବେଳେ ଏହି ସଫଳତା ମିଳିଛି। ସେମାନଙ୍କଠାରୁ ୬ ଟି କାର ସହ, ଗୋଟିଏ ବସ୍, ଅନେକ
ସାର୍ଟିଫିକେଟ ଜବତ କରିଛି ପୁଲିସ। ଏଥି ସହିତ ୧୫ଟି ମୋବାଇଲ୍ ଫୋନ, ସାଇନ ହୋଇଥିବା ଏକାଧିକ ବ୍ଲାଙ୍କ ଚେକ ଓ ନଗଦ ୨୨,୫୦୦ ଟଙ୍କା ଜବତ କରିଛି ପୁଲିସ୍।

Advertisment

ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାଣ୍ଟୁଥିଲେ ଅଭିଯୁକ୍ତ। ଚାକିରି ପରେ କ୍ୟାଣ୍ଡିଡେଟ୍ ପିଛା ୮ରୁ ୧୬ ଲକ୍ଷ ଟଙ୍କା ନେଉଥିଲେ। ତେବେ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ କ୍ୟାଣ୍ଡିଡେଟଙ୍କୁ ଦେଉଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମେଳଖାଉନଥିବା ଏସ୍‌ପି କହିଛନ୍ତି।

ଏସ୍‌ପି ଆହୁରି କହିଛନ୍ତି, ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ ଭିତରେ ୩ ଜଣଙ୍କ ହେଉଛନ୍ତି ମୁଖ୍ୟ କାର୍ପଟଦାର। ସେମାନଙ୍କ ଭିତରେ ଜଣେ ଓଡ଼ିଶାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆନ୍ଧ୍ରପ୍ରଦେଶ ଓ ବିହାର। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ଏସ୍‌ପି କହିଛନ୍ତି।

Advertisment
Balasore Fraud Job Scam