Advertisment

ଠକେଇର ନୂଆ ଫର୍ମୁଲା, ଗର୍ଭବତୀ କରାଇଲେ ମିଳିବ ୧୩ ଲକ୍ଷ ଟଙ୍କା

ପୁଲିସ ଏହି ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରି ୮ ଜଣଙ୍କୁ ଗିରଫ କରିଛି।

Job Scam

Job Scam

Advertisment

ସାଇବର ଠକେଇ କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ ଏବେ ସାମ୍ନାକୁ ଆସିଛି ଠକେଇର ଏକ ନୂଆ ଫର୍ମୁଲା। ଯୁବକମାନଙ୍କୁ ଫସାଇବା ପାଇଁ ସାଇବର ଠକମାନେ ଆପଣାଇଛନ୍ତି ନୂଆ ଫଣ୍ଡା। ମହିଳାଙ୍କୁ ଗର୍ଭବତୀ କରାଇବାକୁ ଯୁବକଙ୍କୁ ଲକ୍ଷ ଲକ୍ଷ ଟଙ୍କାର କରୁଥିଲେ ଅଫର। ବିହାରରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା। ଏହି ଭିନ୍ନ ଠକ ଗ୍ୟାଙ୍ଗର ପର୍ଦ୍ଦାଫଶ କରିଛି ସାଇବର ପୁଲିସ। ଏହି ମାମଲାରେ ୮ ଜଣଙ୍କୁ ପୁଲିସ ବାନ୍ଧିଛି।

Advertisment

'ଯଦି ଆପଣ ଟଙ୍କା ପାଇଁ ଚିନ୍ତିତ ଅଛନ୍ତି। ଯଦି ଆପଣ ଲକ୍ଷପତି ହେବାକୁ ଚାହୁଁଛନ୍ତି ତେବେ ଏହି ଯୋଜନା ଆପଣଙ୍କ ପାଇଁ। ଆପଣଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ। କେବଳ ଜଣେ ମହିଳାଙ୍କୁ ଗର୍ଭବତୀ କରିବାକୁ ପଡିବ। ଛୁଆ ଜନ୍ମ ହେବା ପରେ ଆପଣଙ୍କୁ ପୁରସ୍କାର ସ୍ୱରୂପ ୧୩ ଲକ୍ଷ ଟଙ୍କା ମିଳିବ। ଏଥିରେ ବିଫଳ ହେଲେ ଦିଆଯିବ ୫ ଲକ୍ଷ ଟଙ୍କା। ଅଲ୍‌ ଇଣ୍ଡିଆ ପ୍ରେଗ୍‌ନାଣ୍ଟ ଜବ୍‌ ଏଜେନ୍ସି ନାଁରେ ବିହାରର ନଓ୍ୱାଦ ଅଞ୍ଚଳର ଅଧିକାଂଶ ଯୁବକଙ୍କୁ ଏଭଳି କିଛି ଲୋଭନୀୟ ଅଫର୍‌ର ଦେଇ ଏକ ନୂଆ ଠକ ଗ୍ୟାଙ୍ଗ ଫାଶରେ ପକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି।

ଏହି ଠକେଇ ଅଭିଯୋଗ ମିଳିବା ପରେ ଏସଆଇଟି ଜିଲାର ମୁଫାସିଲ ପୁଲିସ ଷ୍ଟେସନ ଅଞ୍ଚଳର ଗୁରୁମା ଗ୍ରାମରେ ଥିବା ମୁନ୍ନା କୁମାର ଓରଫ ଦୀପକଙ୍କ ଘରେ ପୁଲିସ ଚଢ଼ାଉ କରିଥିଲା। ମୁନ୍ନା କୁମାର ହେଉଛି ଏହି ଠକ ଗ୍ୟାଙ୍ଗର ମୁଖ୍ୟ। ପୁଲିସ ଏଠାରୁ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗ୍ୟାଙ୍ଗର ନେତା ମୁନ୍ନାଙ୍କ ସମେତ ଦୁଇ ଡଜନରୁ ଅଧିକ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ଚଢ଼ାଉ ସମୟରେ ପୁଲିସ ୯ ଟି ମୋବାଇଲ, ପ୍ରିଣ୍ଟର୍‌ ଏବଂ ବହୁ ମହିଳାଙ୍କ ତଥ୍ୟ ଜବତ କରିଛି।

Advertisment

ତଦନ୍ତରୁ ଜଣାପଡିଛି ଯେ, ଏହି ଗ୍ୟାଙ୍ଗରେ ମୋଟ ୨୫-୩୦ ଠକ ସମ୍ପୃକ୍ତ ଥିଲେ। ଏହି ଠକ ଗ୍ୟାଙ୍ଗ ଯୁବକମାନଙ୍କୁ ମହିଳାଙ୍କ ସହ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରାଇଲେ ପୁରସ୍କାର ସ୍ୱରୂପ ୧୩ ଲକ୍ଷ ଟଙ୍କା ଦେବାକୁ କହି ସେମାନଙ୍କୁ ଠକୁଥିଲେ। ସାଇବର ଠକମାନେ ଯୁବକଙ୍କ ଠାରୁ ଏହି ଆପ୍‌ରେ ରେଜିଷ୍ଟ୍ରସନ ବାବଦକୁ ୭୯୯ ଟଙ୍କା ନେଉଥିଲେ। ଏହାପରେ ଅନେକ ମହିଳାଙ୍କ ଫଟୋକୁ ଯୁବକଙ୍କ ଫୋନ୍‌କୁ ପଠାଉଥିଲେ। ଏହି ଫଟୋରୁ ସେମାନଙ୍କୁ ଚୟନ କରିବାକୁ କହୁଥିଲେ। ଏହା ସିକ୍ୟୁରିଟି ଡିପୋଜିଟ୍‌ ମାଗୁଥିଲେ। ସିକ୍ୟୁରିଟି ଡିପୋଜିଟ୍‌ ବାବଦକୁ ଯୁବକଙ୍କ ଠାରୁ ୫ରୁ ୨୦ ହଜାର ଟଙ୍କା ଯାଏଁ ନେଉଥିଲେ। ଏଭଳି କରି ଅନେକ ଯୁବକଙ୍କ ଠାରୁ ଏହି ସାଇବର ଠକମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ ବୋଲି ପୁଲିସ କହିଛି।

Cyber Fraud Job Scam Impregnate Bihar Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe