Advertisment

ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାମ୍ବାଦିକ ଜଣଙ୍କ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

Journalist

Journalist

Advertisment

ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହୋଇଛି ଆକ୍ରମଣ। ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ କିଛି ଯୁବକ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି। ଭଦ୍ରକ ସହର ମୁଖ୍ୟ ଡାକଘର ସମ୍ମୁଖରେ ଆଜି ଦିନ ୧୦ଟା ବେଳେ ଏପରି ଘଟଣା ଘଟିଛି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାମ୍ବାଦିକ ଜଣଙ୍କ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ସବୁଦିନ ପରି ଆଜି ଏକ ଘରୋଇ ଡିଜିଟାଲ ଚ୍ୟାନେଲର ପ୍ରତିନିଧି ଶୁଭଦୀପ ମଲ୍ଲିକ ଭଦ୍ରକ ମୁଖ୍ୟ ଡାକଘର ନିକଟରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ।

ସେ ପହଞ୍ଚିବା କ୍ଷଣି ସେଠାରେ ଥିବା କିଛି ଯୁବକ ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ। ଶୁଭଦୀପ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ। ସେମାନେ ଯୁକ୍ତିତର୍କ କରିବା ସହ ଶୁଭଦୀପଙ୍କୁ ହାତ ଉଠାଇଥିଲେ।

Advertisment

ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ସାମ୍ବାଦିକ ଓ କିଛି ବ୍ୟକ୍ତି ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ସେମାନେ ନିଜ ପାଖରେ ରଖିଥିବା ଭୁଜାଲି କାଢ଼ି ଶୁଭଦୀପଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ।

ଭୁଜାଲି ଦେଖି ସେ ଭୟରେ ଦୌଡ଼ିଥିଲେ। ଦୌଡ଼ିବା ବେଳେ ଗୋଟିଏ ଦୋକାନ ସାମ୍ନାରେ ଶୁଭଦୀପ ପଡ଼ି ଯାଇଥିଲେ। ସେ ତଳେ ପଡ଼ିଥିବା ବେଳେ ଯୁବକମାନେ ତାଙ୍କୁ ଅତି ନିର୍ମମ ଭାବେ ଭୁଜାଲିରେ ହାଣି ଚାଲିଥିଲେ। ହାଣିବା ପରେ ଶୁଭଦୀପଙ୍କୁ ତଳେ ପକାଇ ଘୋଷାଡ଼ିବା ସହ ଆଣ୍ଠେଇ ଦେଇ ପୁଣି ଗୋଇଠା ମାରିଥିଲେ।

ଶୁଭଦୀପ ନିଜକୁ ବଞ୍ଚାଇବା ପାଇଁ ସେମାନଙ୍କ ନିକଟରେ ହାତଯୋଡ଼ି ଗୁହାରୀ କରିଥିଲେ ହେଁ ସେମାନେ କିଛି ଶୁଣି ନଥିଲେ। ତାଙ୍କ ଦେହରୁ ରକ୍ତ ଝରୁଥିବା ବେଳେ ଯୁବକମାନେ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ବେଶ କିଛି ସମୟ ଧରି ଏପରି ଗୁଣ୍ଡାଗିରି କରିବା ପରେ ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକ ଓ ସହକର୍ମୀମାନେ ଗୁରୁତର ଅବସ୍ଥାରେ ଶୁଭଦୀପଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ସେଠାରେ ତାଙ୍କୁ ଭଦ୍ରକ ବିଧାୟକ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକ ପହଂଚି ଭେଟିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ଶୁଭଦୀଙ୍କୁ ହସ୍ପିଟାଲର ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।

ଗତକାଲି ନିର୍ବାଚନ ଖବର ସଂଗ୍ରହ ବେଳେ ଆଜି ହିଂସାକାଣ୍ଡ ଘଟାଇଥିବା ଯୁବକ ମାନଙ୍କ ସହ ଶୁଭଦୀପଙ୍କ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ସେମାନେ ଆକ୍ରମଣ କରିଥିବା ଶୁଭଦୀପ ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ଭଦ୍ରକ ସହରାଞ୍ଚଳ ଥାନାରେ ଏତଲା ଦିଆଯାଇଛି। ପୁଲିସ୍‌ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଖୋଜିବା ଆରମ୍ଭ କରିଛି। ସେହିପରି ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ମଧ୍ୟ ପୁଲିସ୍‌ ଯାଞ୍ଚ କରିଛି।

Odisha Bhadrak Journalist Attacked
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe