Advertisment

ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା, ତୀବ୍ର ଉତ୍ତେଜନା

ଆଜି ସକାଳ ପ୍ରାୟ ସାଢେ୫ଟାରେ କେହି ବିମଳ କୁମାର ଯାଦବଙ୍କ ଘରର କବାଟ ବାଡ଼େଇଥିଲେ। ଏହାପରେ ବିମଳ କୁମାର ଉଠି କବାଟ ଖୋଲିଥିବା ବେଳେ ତାଙ୍କ ସମ୍ମୁଖରେ ୪ ଜଣ ଛିଡ଼ା ହୋଇଥିଲେ।

Journalist

Journalist

Advertisment

ବିହାରରେ ଖୁଲମଖୁଲା ଦେଖିବାକୁ ମିଳୁଛି ଗୁଣ୍ଡାରାଜ । ଦିନ ଦ୍ୱିପ୍ରହରରେ ଫୁଟୁଛି ଗୁଳି । ଆଜି ସକାଳୁ ବିହାରର ଅରାରିଆରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ବିମଲ କୁମାର ଯାଦବ ।

Advertisment

ଆଜି ସକାଳ ପ୍ରାୟ ସାଢେ ୫ଟାରେ କେହି ବିମଳ କୁମାର ଯାଦବଙ୍କ ଘରର କବାଟ ବାଡ଼େଇଥିଲେ। ଏହାପରେ ବିମଳ କୁମାର ଉଠି କବାଟ ଖୋଲିଥିବା ବେଳେ ତାଙ୍କ ସମ୍ମୁଖରେ ୪ ଜଣ ଛିଡ଼ା ହୋଇଥିଲେ। ସେମାନେ ବିମଳ କୁମାରଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇବାରୁ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଲେ। ଏହାପରେ ଅଭିଯୁକ୍ତମାନେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଗୁଳି ଶବ୍ଦ ଶୁଣି ପରିବାର ଲୋକେ ବାହାରକୁ ଆସି ବିମଳ କୁମାର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ପାଇଲେ। ସେମାନେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଏସ୍‌ପିଙ୍କ ସମେତ ଏମ୍‌ପି ବି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି।

ଏହି ଘଟଣାକୁ ନେଇ ଅରାରିଆର ଏମ୍‌ପି ପ୍ରଦୀପ କୁମାର ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ଏଥିସହ ସେ କହିଛନ୍ତି, ୪ ବର୍ଷ ପୂର୍ବେ ବିମଳ କୁମାରଙ୍କ ଭାଇଙ୍କୁ ବି ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ସେତେବେଳେ ଅଭିଯୁକ୍ତଙ୍କୁ କଡ଼ା ଶାସ୍ତି ମିଳିଥିବା ହୁଏତ ଆଜି ପୁଣି ଥରେ ଏପରି କାଣ୍ଡ ଘଟି ନ ଥାନ୍ତା । ଏହି ଘଟଣାକୁ ସେ ତୀବ୍ର ସମାଲୋଚନା କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କହିଛନ୍ତି।

Deadbody Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe