Advertisment

ବରିଷ୍ଠ ସାମ୍ବାଦିକ ଗିରଫ, ମିଳିଲା ନଗଦ ୨୦ ଲକ୍ଷ ଟଙ୍କା

କ୍ରାଇମବ୍ରାଞ୍ଚ ପକ୍ଷରୁ ଅହମଦାବାଦ, ଜୁନାଗଡ଼, ସୁରତ, ଖେଡା ଓ ଭାବନଗରର ୧୪ଟି ସ୍ଥାନରେ ରେଡ୍‌ କରିବା ପରେ ସାମ୍ବାଦିକ ମହେଶଙ୍କୁ ବାନ୍ଧିଛି।

author-image
Hemant Lenka
Journalist

Journalist

ଜିଏସଟି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ମହେଶ ଲାଙ୍ଗା। ତାଙ୍କୁ ମଙ୍ଗଳବାର ଅହମଦାବାଦ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତାଙ୍କ ଘରୁ କ୍ରାଇମବ୍ରାଞ୍ଚ ଟିମ ନଗଦ ୨୦ ଲକ୍ଷ ଟଙ୍କା, କିଛି ସୁନା ଅଳଙ୍କାର ଓ ଜମିର କାଗଜପତ୍ର ଜବତ କରିଛି।

Advertisment

କେନ୍ଦ୍ରୀୟ ଜିଏସ୍‌ଟି ବିଭାଗ ପ୍ରଥମେ ଠକେଇ ନେଇ ଅଭିଯୋଗ କରିଥିଲା। ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅହମଦାବାଦ, ଜୁନାଗଡ଼, ସୁରତ, ଖେଡା ଓ ଭାବନଗରର ୧୪ଟି ସ୍ଥାନରେ ରେଡ୍‌ କରିବା ପରେ ସାମ୍ବାଦିକ ମହେଶଙ୍କୁ ବାନ୍ଧିଛି।

କ୍ରାଇମବ୍ରାଞ୍ଚ କହିଛି ଯେ ନକଲି ଇନପୁଟ ଟିକସ କ୍ରେଡିଟ ଜରିଆରେ ପ୍ରାୟ ୨୦୦ ଜାଲ କମ୍ପାନୀ ଏହି ଠକେଇରେ ସାମିଲ ରହିଛନ୍ତି। କମ୍ପାନୀ ଗୁଡ଼ିକ ନକଲି ପରିଚୟ ଓ ଦସ୍ତାବିଜ ଦେଇ ଶୁଳ୍କ ଫାଙ୍କିବାରେ ଲାଗିଥିଲେ।

Advertisment

କେନ୍ଦ୍ରୀୟ ଜିଏସଟି ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ସାମ୍ବାଦିକ ମହେଶ ତାଙ୍କ ପତ୍ନୀ ଓ ବାପାଙ୍କ ନାଁରେ ନକଲି ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ଏହି ଦସ୍ତାବିଜ ଜରିଆରେ ଜାଲ କମ୍ପାନୀଗୁଡ଼ିକର ନେଣଦେଣ ହେଉଥିଲା। ମହେଶ କୋଟି କୋଟି ଟଙ୍କାର ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ କହିଛି।

ଡେପୁଟି କମିଶନର ଅଫ ପୁଲିସ(କ୍ରାଇମ) ଅଜିତ ରଜିଆନ କହିଛନ୍ତି, ଦି ହିନ୍ଦୁରେ କାମ କରୁଥିବା ବରିଷ୍ଠ ସାମ୍ବାଦିକ ମହେଶ ଲାଙ୍ଗାଙ୍କୁ ବିସ୍ତୃତ ଭାବେ ମାମଲା ସମ୍ପର୍କରେ ଜେରା କରିବା ପାଇଁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏକାଧିକ ବ୍ୟକ୍ତି ଓ କମ୍ପାନୀ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ କରିଛି।

Gujarat GST Scam GST Journalist Arrested