Advertisment

ମୋଦିଙ୍କ ବିରୋଧରେ କହିବାରୁ ସାମ୍ବାଦିକଙ୍କ କାର ଭାଙ୍ଗିଲେ ବିଜେପି କର୍ମୀ

ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଭେଟରାନ ଏଲକେ ଆଡଭାନୀଙ୍କ ସମ୍ପର୍କରେ ନିଖିଲ ମତ ରଖିଥିଲେ।

author-image
Hemant Lenka
attack

attack

ସାମ୍ବାଦିକ ନିଖିଲ ୱାଗଲେଙ୍କ କାର ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ। ନିଖିଲ ତାଙ୍କ କାର ଯୋଗେ ପୁଣେରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କିଛି ବିଜେପି କର୍ମୀ ତାଙ୍କୁ ଅଟକାଇ ଲଙ୍କାକାଣ୍ଡ ଘଟାଇଛନ୍ତି। ସେମାନେ ନିଖିଲଙ୍କ କାର ଭଙ୍ଗାରୁଜୁ କରିବା ସହ ଗାଡ଼ି ଉପରକୁ କାଳି ମାଡ଼ ମଧ୍ୟ କରିଛନ୍ତି।

Advertisment

ଆକ୍ରମଣରେ ନିଖିଲଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୂରା କାଳି ମାଡ଼ରେ ଏହା ନଷ୍ଟ ହୋଇଯାଇଥିବା ଭିଡିଓ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଭେଟରାନ ଏଲକେ ଆଡଭାନୀଙ୍କ ସମ୍ପର୍କରେ ନିଖିଲ ମତ ରଖିଥିଲେ।

ଏହାକୁ ବିରୋଧ କରି ବିଜେପି କର୍ମୀମାନେ ଦାଦାଗିରି କରିଛନ୍ତି। ନିଖିଲଙ୍କ କାର ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ ସେ ପୁଣେରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିସହ ନିଜର ଆକ୍ରମଣକାରୀଙ୍କୁ କ୍ଷମା କରି ଦେଇଥିବା ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ।

Advertisment

ସେ କହିଛନ୍ତି, “ମୋତେ ଯେଉଁମାନେ ସବୁ ଆକ୍ରମଣ କରିଛନ୍ତି, ସେମାନଙ୍କୁ ମୁଁ କ୍ଷମା କରି ଦେଇଛି। ପୂର୍ବରୁ ମୋ ଉପରେ ୬ଥର ଆକ୍ରମଣ ହୋଇଥିଲା। ଏହାକୁ ମିଶାଇ ୭ମ ଥର ପାଇଁ ଆକ୍ରମଣର ଶିକାର ହୋଇଛି। ଶିବାଜୀ ମହାରାଜଙ୍କ ଠାରୁ ଆରମ୍ଭ କରି ଶାହୁଜୀ ମହରାଜ ଓ ଡ ବାବାସାହେବ ଆମ୍ବେଦକରଙ୍କ ଯାଏ ସମସ୍ତେ ଆମର ପରମ୍ପରାର ଅଂଶ ବିଶେଷ। ଆମର ପରମ୍ପରା ହେଲା ସନ୍ଥ।”

ଆସନ୍ତା ନିର୍ବାଚନରେ ମହାରାଷ୍ଟ୍ରରେ ଲୋକମାନେ ମହାବିକାଶ ଅଘାଡ଼ି ଦଳକୁ ଭୋଟ ଦିଅନ୍ତୁ ବୋଲି ନିଖିଲ ୱାଗଲେ ଖୋଲାଖୋଲି ସମସ୍ତଙ୍କୁ କହିଛନ୍ତି।

ଆକ୍ରମଣ ପୂର୍ବରୁ ବିଜେପି ନେତା ସୁନୀଲ ଦେଓଧର ସାମ୍ବାଦିକ ନିଖିଲଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ନିଖିଲ ୱାଗଲେଙ୍କ ବିରୋଧରେ ଧାରା ୧୫୩ଏ, ୫୦୦ ଓ ୫୦୫ ଦଫାରେ ଗୋଟିଏ ମାମଲା ରୁଜୁ କରିଥିଲା। ବିଶରମବଗ ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ ହୋଇଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଛି।

ଘଟଣା ଉପରେ ପ୍ରତିକ୍ରିୟା ରଖି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି, “ସତ୍ୟର ସ୍ୱର ଓ ଜଣେ ସାହସୀ ସାମ୍ବାଦିକ ନିଖିଲ ୱାଗଲେଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରୁଛି। ଏହା ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ନୁହେଁ, ବରଂ ବାକ ସ୍ୱାଧୀନତା ଉପରେ ହମଲା।”

Maharashtra Govt Maharashtra