Advertisment

ସାମ୍ବାଦିକଙ୍କୁ ଘର ଭିତରେ ଗୁଳି କରି ହତ୍ୟା: ଏମିତି ପ୍ରତିକ୍ରିୟା ରଖିଲେ ନୀତୀଶ କୁମାର

ଦୈନିକ ଜାଗରଣ ପାଇଁ କାମ କରୁଥିବା ୩୫ ବର୍ଷୀୟ ବିମଳ କୁମାର ଯାଦବଙ୍କୁ ଆଜି ସକାଳେ ହତ୍ୟା କରାଯାଇଥିଲା।

Journalist

Journalist

Advertisment

ବିହାରର ଅରରିୟାରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ସକାଳୁ ସକାଳୁ ଗୁଳି କରି ହତ୍ୟା କରିବା ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ରାଣୀଗଞ୍ଜ ବଜାର ଅଞ୍ଚଳରେ ଘଟିଥିବା ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି।

Advertisment

ସେ ଏହି ହତ୍ୟା ଘଟଣାକୁ ଦୁଃଖଦ କହିଛନ୍ତି। ଏଥିସହ ହତ୍ୟା ସମ୍ପର୍କରେ ଶୁଣିବା ମାତ୍ରେ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “କେମିତି ଜଣେ ସାମ୍ବାଦିକଙ୍କୁ ଏଭଳି ହତ୍ୟା କରାଯାଇ ପାରିବ?”

ଦୈନିକ ଜାଗରଣ ପାଇଁ କାମ କରୁଥିବା ୩୫ ବର୍ଷୀୟ ବିମଳ କୁମାର ଯାଦବଙ୍କୁ ଆଜି ସକାଳେ ହତ୍ୟା କରାଯାଇଥିଲା। ଭୋର ପ୍ରାୟ ୫.୩୦ରେ ବନ୍ଧୁକଧାରୀମାନେ ତାଙ୍କ କବାଟ ବାଢ଼େଇଥିଲେ। ସେ ଦ୍ୱାର ଖୋଲିବା ମାତ୍ରେ ତାଙ୍କ ଛାତିକୁ ଗୁଳି ମାଡ଼ କରାଯାଇଥିଲା।

Advertisment

ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ପୁଲିସ୍‌ ମୁଖ୍ୟ ୫.୩୫ରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅରରିୟା ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫରେନ୍ସିକ ଟିମ ଓ ଡଗ ସ୍କ୍ୱାଡ ବ୍ୟବହାର କରି ପୁଲିସ ତଦନ୍ତ ମଧ୍ୟ କରୁଛି।

ପଡ଼ୋଶୀଙ୍କ ସହ ବିମଳଙ୍କର ପୁରୁଣା ଶତ୍ରୁତା ଥିଲା। ତେଣୁ ହତ୍ୟା ପଛରେ ଏହା ଗୋଟିଏ କାରଣ ହୋଇପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି। ୨ ବର୍ଷ ତଳେ ବିମଳଙ୍କ ସାନ ଭାଇ କୁମାର ଶଶିଭୂଷଣ ଓରଫ ଗାବ୍ବୁଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା।

ସେ ଗାଁର ସରପଞ୍ଚ ଥିଲେ। ବିମଳ ଏହି ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ। ତେବେ କୋର୍ଟରେ ଏଯାଏ ତାଙ୍କ ବୟାନ ରେକର୍ଡ କରାଯାଇ ନଥିଲା। ସେହିପରି ତାଙ୍କୁ ନିୟମିତ ଧମକ ମଧ୍ୟ ମିଳୁଥିବା ସେ ଅଭିଯୋଗ କରିଥିଲେ। ଏହି କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ବି କୁହାଯାଉଛି।

ଏଡିଜି(ମୁଖ୍ୟାଳୟ) ଜିତେନ୍ଦ୍ର ସିଂହ ଗଙ୍ଗୱାର କହିଛନ୍ତି, ଶଶିଭୂଷଣଙ୍କ ହତ୍ୟାକାଣ୍ଡର ଚାର୍ଜଶିଟ ପଢ଼ିବା ପରେ ବୋଧେ ଅଭିଯୁକ୍ତ ଭାବିଥିଲା ଯେ ବିମଳଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ। ତେଣୁ ବିମଳଙ୍କୁ ଏଥିପାଇଁ ହତ୍ୟା କରାଯାଇ ଥାଇ ପାରେ। ଏହି ଦିଗରେ ମଧ୍ୟ ପୁଲିସ୍‌ ତଦନ୍ତ କରୁଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏହି ହତ୍ୟା ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ନୀତୀଶ କୁମାରଙ୍କ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିହାରରେ ଗଣତନ୍ତ୍ର ବିପଦରେ ଥିବା ସେମାନେ ଅଭିଯୋଗ କରିଛନ୍ତ।

Bihar Nitish Kumar Journalist Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe