Advertisment

JSW ବାବୁଙ୍କୁ ଖୋଳ କରିଦେଲେ ସାଇବର ଠକ, ନେଇଗଲେ ୨୫ କୋଟି

ବାବୁ ଜଣକ ଟଙ୍କା ଉଠାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଉକ୍ତ ଗ୍ରୁପ୍‌ରୁ ବାହାର କରି ଦିଆଯାଇଥିଲା। ଯାହାଫଳରେ ସେ ଟଙ୍କା ଉଠାଇ ପାରିଲେ ନାହିଁ। ଏହା ପରେ ସେ ଠକାମୀରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

undefined

Cyber Fraud

Advertisment

JSW ବାବୁଙ୍କୁ ଖୋଳ କରିଦେଲେ ସାଇବର ଠକ। ଇନ୍‌ଭେଷ୍ଟ କରିବାକୁ କହି ନେଇ ଗଲେ ୨୫ କୋଟିରୁ ଅଧିକ ଟଙ୍କା। ଆଉ ଠକାମୀରେ ଶିକାର ହେବା ପରେ ବାବୁ କଟକ ସାଇବର ଥାନାରେ ପହଞ୍ଚିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ୍‌ ୨୪ ଜଣଙ୍କୁ ଗିରଫ କରିବା ସହିତ ୧୬ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର।

Advertisment

JSW ସିନିୟର ଅଫିସର କରିଥିବା ଅଭିଯୋଗ ଅନୁସାରେ ତାଙ୍କ ଅଜାଣତରେ ତାଙ୍କୁ ହ୍ୱାଟ୍ସଆପ୍‌ Kotak Investment Club ଗ୍ରୁପ୍‌ରେ ଯୋଡ଼ା ଯାଇଥିଲା। ପରବର୍ତ୍ତୀ ସମୟରେ ସେ ସେହି ଗ୍ରୁପ୍‌କୁ ଖେଳାଇଥିଲେ। ଆଉ ଦେଖିବାକୁ ପାଇଥିଲେ ବିଭିନ୍ନ ଇନ୍‌ଭେଷ୍ଟମେଣ୍ଟ୍‌ ପ୍ଲାନ୍‌ ସମ୍ପର୍କରେ। ତା’ପରେ ସେ ସେଥିରେ ୬.୨୮ କୋଟି ଟଙ୍କା ଇନ୍‌ଭେଷ୍ଟ କରିଥିଲେ। କିଛି ଦିନ ପରେ ସେହି ଟଙ୍କା ବଢ଼ି ୨୫ କୋଟି ଟଙ୍କା ହୋଇ ଯାଇଥିଲା। ତେଣୁ ତାଙ୍କ ମନରେ ଲୋଭ ହୋଇଥିଲେ। ସେ ସେହି ଟଙ୍କା ଉଠାଇବାକୁ ଚାହିଁଥିଲେ। ହେଲେ ଗ୍ରୁପ୍‌ ଆଡମିନ୍‌ ତାଙ୍କୁ ୨୩ କୋଟି ଟଙ୍କା ଉଠାଇବାକୁ କହିଥିଲେ।

ବାବୁ ଜଣକ ଟଙ୍କା ଉଠାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଉକ୍ତ ଗ୍ରୁପ୍‌ରୁ ବାହାର କରି ଦିଆଯାଇଥିଲା। ଯାହାଫଳରେ ସେ ଟଙ୍କା ଉଠାଇ ପାରିଲେ ନାହିଁ। ଏହା ପରେ ସେ ଠକାମୀରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଗତ ୨୪ ତାରିଖରେ ସେ ଏନେଇ କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ୍‌ ଉକ୍ତ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରୁ ମାମଲାର ଖୋଳତାଡ କରିଥିଲା।

Advertisment

ତଦନ୍ତ ବେଳେ ଜଣାପଡ଼ିଥିଲା ଏହାର ଚେର ସମଗ୍ର ଭରତକୁ ଲମ୍ୱିଛି। ସମଗ୍ର ଦେଶରେ ପ୍ରାୟ ୧୦୦ଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଏହି ମାମଲାରେ ପୁଲିସ୍‌ ତାମିଲନାଡୁରୁ ୬ ଜଣଙ୍କୁ ଗିରଫ କରିଥିଲା। ପରେ ଗୁଜରାଟରୁ ୮ ଓ ତାମିଲନାଡୁରୁ ଆଉ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାଛଡ଼ା ରାଜସ୍ଥାନରୁ ଆଉ ୭ ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଏକ ମାମଲାରେ ପୁଲିସ୍‌ ଆଉ ଜଣଙ୍କୁ ମଧ୍ୟ ବାନ୍ଧିଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୬ ଲକ୍ଷ ଟଙ୍କା ଫ୍ରିଜ୍‌ ହୋଇଛି। ଠକାମୀରେ ଶିକାର ହୋଇଥିବା JSW ସିନିୟର ଅଫିସର ସାଢ଼େ ୬ ଲକ୍ଷ ଟଙ୍କା ଫେରି ପାଇଛନ୍ତି।

କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି, ଠକାମୀ ହୋଇଥିବା ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଯାଇଛି। ମାଷ୍ଟରମାଇଣ୍ଡଙ୍କ ଆକାଉଉଣ୍ଟରୁ ପ୍ରଥମ ୬ଟି ଆକାଉଣ୍ଟକୁ ଟଙ୍କା ଯାଇଥିଲା। ଟଙ୍କା ଟ୍ରାନ୍ସଫର ହେବାର ୨ରୁ ୩ ଦିନ ଭିତରେ ସେହି ଟଙ୍କା ବହୁ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ସାଧାରଣ ଲୋକଙ୍କ ଆକାଉଣ୍ଟକୁ ବ୍ୟବହାର କରି ସାଇବର ଠକ ଟଙ୍କା ନେଇ ଯାଉଛନ୍ତି। ଏଥିପାଇଁ ସେମାନଙ୍କୁ କିଛି କମିଶନ ଦେଉଛନ୍ତି। ଠକ ଯେହେତୁ ସମଗ୍ର ଭାରତର ବିଭିନ୍ନ କୋଣ ଅନୁକୋଣରେ ଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା, ତେଣୁ ସେମାନଙ୍କ ପାଖରେ ପହଞ୍ଚିବା ଏଜେନ୍ସି ପାଇଁ କାଠିକର ପାଠ ହେଉଛି। ତଥାପି ଟିକେ ସମୟ ନେଇ ଲାଇଫ୍‌ ଲୋକେସନ୍‌ ମିଳିଥିବା ଲୋକଙ୍କୁ ଧରିବାରେ ସଫଳ ହୋଇଛୁ। ଯେଉଁମାନେ ମୋବାଇଲ୍‌ ବନ୍ଦ ରଖିଛନ୍ତି, ସେମାନଙ୍କ ଲୋକେସନ୍‌ ମିଳୁନି। ଅନ୍ୟ ଉପାୟରେ ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

Online Fraud Cuttack Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe