Advertisment

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ମାମଲା: ଅଧିକ ଅନୁସନ୍ଧାନ ପାଇଁ ଭୁବନେଶ୍ୱରରେ ସିବିଆଇ ଟିମ୍

ଭୁବନେଶ୍ୱର: ଭୁବନେଶ୍ୱର ଭିଏସଏସ୍ ନଗରରେ ଯୁବତୀଙ୍କ ସହ ବ୍ୟବସାୟୀଙ୍କ ଅଶ୍ଳୀଳ ଭିଡିଓକୁ ଇଣ୍ଟରନେଟରେ ଛାଡିବା ମାମଲାରେ ଅଧିକ ଅନୁସନ୍ଧାନ ପାଇଁ ଦ୍ଲିଲୀରୁ ସିବିଆଇର ଏକ ଟିମ୍ ଭୁବନେଶ୍ୱର ଆସିଛି।  ଏହି ମାମଲାରେ ଦୁଇଜଣ ସାକ୍ଷୀଙ୍କର ସାକ୍ଷ୍ୟ ନେବା ଲାଗି ଏହି ଟିମ୍ ଭୁବନେଶ୍ୱର ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ଆବେଦନ କରିଛି। ସ୍ଥାନୀୟ କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଇବାକୁ କୋର୍ଟ ଅନୁମତି ଦେବାପରେ ସେମାନଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ। ୨୦୧୦ ମସିହାରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ […]

author-image
Rakesh Mallick
ମାଡ଼ି ବସିଲା ସିବିଆଇ

cbi

ଭୁବନେଶ୍ୱର: ଭୁବନେଶ୍ୱର ଭିଏସଏସ୍ ନଗରରେ ଯୁବତୀଙ୍କ ସହ ବ୍ୟବସାୟୀଙ୍କ ଅଶ୍ଳୀଳ ଭିଡିଓକୁ ଇଣ୍ଟରନେଟରେ ଛାଡିବା ମାମଲାରେ ଅଧିକ ଅନୁସନ୍ଧାନ ପାଇଁ ଦ୍ଲିଲୀରୁ ସିବିଆଇର ଏକ ଟିମ୍ ଭୁବନେଶ୍ୱର ଆସିଛି।  ଏହି ମାମଲାରେ ଦୁଇଜଣ ସାକ୍ଷୀଙ୍କର ସାକ୍ଷ୍ୟ ନେବା ଲାଗି ଏହି ଟିମ୍ ଭୁବନେଶ୍ୱର ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ଆବେଦନ କରିଛି। ସ୍ଥାନୀୟ କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଇବାକୁ କୋର୍ଟ ଅନୁମତି ଦେବାପରେ ସେମାନଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ। ୨୦୧୦ ମସିହାରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ପରେ ଏହାକୁ ଇଣ୍ଟରନେଟରେ ଛାଡିଥିବା ଅଭିଯୋଗ ହୋଇଥିଲା। ପରେ ଏକ ଏନଜିଏଓ ପକ୍ଷରୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ୨୦୧୫ ମାର୍ଚ୍ଚରେ ଦିଲ୍ଲୀ ସିବିଆଇର ଏକ ଟିମ୍ ଭୁବନେଶ୍ୱରରେ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତ କାଳିଆ ସାହୁ ଓ ଦେବାଶିଷ ନାମକ ଜଣେ ଯୁବକକୁ ଗିରଫ କରିଥିଲା।

Advertisment