କଟକ: ଖଣ୍ଡପଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ ଅଭିଯୋଗ ନେଇ ଆଜି ପୋଲିସ୍ ଡିଜିଙ୍କୁ ଭେଟିଛନ୍ତି ତାଙ୍କ ବାପା ଜମିର ମହମ୍ମଦ। ତାଙ୍କୁ ନ୍ୟାୟ ନମିଳିଲେ ସେ ପୋଲିସ୍ ମୁଖ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି।
ଜମିର ଅଭିଯୋଗ କରିଛନ୍ତି ଯେ ଗତ ଜୁନ ୪ ତାରିଖରୁ ତାଙ୍କ ଝିଅ ନଗମା ବେଗମ ନିଖୋଜ ଅଛନ୍ତି। ଏ ନେଇ ସେ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ। ଜଣେ ମହିଳା ତାଙ୍କ ଝିଅକୁ ଅପହରଣ କରିଥିବା ଓ ସେ ତାକୁ ଜୋରଜବରଦସ୍ତ ବିବାହ କରାଇ ଦେବାର ଆଶଙ୍କା ଥିବା କଥା ମଧ୍ୟ କହିଥିଲେ। ତେବେ ପୋଲିସ୍ ଏଯାଏଁ କୌଣସି ପଦକ୍ଷେପ ନେଇ ନାହିଁ।
ଘଟଣା ସଂପର୍କରେ ଆଜି ସେ ପୋଲିସ୍ ଡିଜିଙ୍କୁ କହିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜମିର। ନ୍ୟାୟ ନମିଳିଲେ ସେ ପୋଲିସ ମୁଖ୍ୟାଳୟ ସାମନ୍ନାରେ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।
Crime
ନକ୍ସଲ ନା ଗାଁ ମୁଖିଆ? ମାଲକାନଗିରି ଏନକାଉଣ୍ଟରରେ ଟଳିଥିବା ବ୍ୟକ୍ତିଙ୍କୁ ନେଇ ସସ୍ପେନ୍ସ
ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।