Advertisment

କଟକ: ଯୁବତୀଙ୍କୁ ଅପହରଣ ଅଭିଯୋଗ, ପୋଲିସ୍ ଡିଜିଙ୍କୁ ଭେଟିଲେ ବାପା

କଟକ: ଖଣ୍ଡପଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ ଅଭିଯୋଗ ନେଇ ଆଜି ପୋଲିସ୍ ଡିଜିଙ୍କୁ ଭେଟିଛନ୍ତି ତାଙ୍କ ବାପା ଜମିର ମହମ୍ମଦ। ତାଙ୍କୁ ନ୍ୟାୟ ନମିଳିଲେ ସେ ପୋଲିସ୍ ମୁଖ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି। ଜମିର ଅଭିଯୋଗ କରିଛନ୍ତି ଯେ ଗତ ଜୁନ ୪ ତାରିଖରୁ ତାଙ୍କ ଝିଅ ନଗମା ବେଗମ ନିଖୋଜ ଅଛନ୍ତି। ଏ ନେଇ ସେ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ସେ […]

ଅଦ୍ୟତନ ହୋଇଛି
କଟକ: ଯୁବତୀଙ୍କୁ ଅପହରଣ ଅଭିଯୋଗ, ପୋଲିସ୍ ଡିଜିଙ୍କୁ ଭେଟିଲେ ବାପା

KATAK

Advertisment

KATAKକଟକ: ଖଣ୍ଡପଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ ଅଭିଯୋଗ ନେଇ ଆଜି ପୋଲିସ୍ ଡିଜିଙ୍କୁ ଭେଟିଛନ୍ତି ତାଙ୍କ ବାପା ଜମିର ମହମ୍ମଦ। ତାଙ୍କୁ ନ୍ୟାୟ ନମିଳିଲେ ସେ ପୋଲିସ୍ ମୁଖ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି।

Advertisment

ଜମିର ଅଭିଯୋଗ କରିଛନ୍ତି ଯେ ଗତ ଜୁନ ୪ ତାରିଖରୁ ତାଙ୍କ ଝିଅ ନଗମା ବେଗମ ନିଖୋଜ ଅଛନ୍ତି। ଏ ନେଇ ସେ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ। ଜଣେ ମହିଳା ତାଙ୍କ ଝିଅକୁ ଅପହରଣ କରିଥିବା ଓ ସେ ତାକୁ ଜୋରଜବରଦସ୍ତ ବିବାହ କରାଇ ଦେବାର ଆଶଙ୍କା ଥିବା କଥା ମଧ୍ୟ କହିଥିଲେ। ତେବେ ପୋଲିସ୍ ଏଯାଏଁ କୌଣସି ପଦକ୍ଷେପ ନେଇ ନାହିଁ।

ଘଟଣା ସଂପର୍କରେ ଆଜି ସେ ପୋଲିସ୍ ଡିଜିଙ୍କୁ କହିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜମିର। ନ୍ୟାୟ ନମିଳିଲେ ସେ ପୋଲିସ ମୁଖ୍ୟାଳୟ ସାମନ୍ନାରେ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe