Advertisment

ହରିଆଣା ହିଂସା: ମହିଳା ଜଜଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ, ବସଷ୍ଟାଣ୍ଡରେ ଲୁଚି ବଞ୍ଚାଇଲେ ଜୀବନ

ହରିଆଣା ସାମ୍ପ୍ରଦାୟିକ ହିଂସାରେ ଜଣେ ମହିଳା ଜଜଙ୍କ ଗାଡି ଉପରେ ଆକ୍ରମଣ। ଗାଡିରେ ତାଙ୍କ 3 ବର୍ଷର ଝିଅ ଥିବା ସମୟରେ ଗୁଳିଚାଳନା ପରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ।

Communal Clashes In Haryana

Communal Clashes In Haryana

Advertisment

ହରିଆଣା ସାମ୍ପ୍ରଦାୟିକ ହିଂସା ସମୟରେ ନୁହର ଜଣେ ମହିଳା ଜଜଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଚାରପତି ଏବଂ ତାଙ୍କର ତିନି ବର୍ଷର ଝିଅ। ଥାନାରେ ରୁଜୁ ହୋଇଥିବା ଏକ ମାମଲାରୁ ଏହା ପ୍ରକାଶ ପାଇଛି।

Advertisment

ମଙ୍ଗଳବାର ନୁହ ନଗର ପୋଲିସ ଷ୍ଟେସନରେ ଦିଆଯାଇଥିବା ଏତଲା ଅନୁସାରେ, ସୋମବାର ସ୍ଥାନୀୟ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାରେ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ACJM) ଅଞ୍ଚଳି ଜୈନଙ୍କ କାର୍ ଉପରକୁ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ। କାରରେ ତାଙ୍କ 3 ବର୍ଷର ଝିଅ ଥିବାବେଳେ ଗାଡି ଉପରକୁ ଗୁଳିଚାଳନା କରାଯାଇଥିଲା। ଉଭୟ ଭୟରେ ନିକଟରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଲୁଚି ଯାଇଥିଲେ। ପରବର୍ତ୍ତୀ ସମୟରେ କିଛି ଆଇନଜୀବୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ନୁହ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ଜୁଲାଇ 31(ସୋମବାର)ରୁ ହରିଆଣାରେ ବିଶ୍ୱ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବାହାରିଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ଧାର୍ମିକ ଶୋଭାଯାତ୍ରା ଉପରେ ପଥର ମାଡ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟିଥିଲା। ଏଥିରେ ତିନି ଜଣ ସାଧାରଣ ନାଗରିକ, ଦୁଇ ଜଣ ହୋମଗାର୍ଡ ଏବଂ ଜଣେ ଇମାମଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ଧୀରେ ଧୀରେ ହିଂସା ବ୍ୟାପିବାକୁ ଲାଗିଛି। ରାଜ୍ୟର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶାନ୍ତି ଫେରାଇ ଆଣିବା ପାଇଁ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ସ୍ଥାନୀୟ କେତେକ ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ଆଗାମୀ 5 ତାରଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। 

Advertisment
National News Communal Clashes In Haryana Haryana Communal Clashes Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe