/odisha-reporter/media/post_attachments/uploadimage/library/16_9/16_9_0/Court_1755096068.jpg)
Court
ଜଣେ ଦୃଷ୍ଟିବାଧିତ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଝାରସୁଗୁଡ଼ା ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ବିଚାରପତି ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାତ୍ର ୯୯ ଦିନରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ସଜ୍ଜା ଶୁଣାଇଛନ୍ତି।
ରେଙ୍ଗାଲି ଥାନା ଅଞ୍ଚଳରେ ଗତ ମେ’ ୨ ତାରିଖରେ ଏହି ଘଟଣା ଘଟିଥିଲା। ଦୃଷ୍ଟିବାଧିତ ନାବାଳିକା ଜଣଙ୍କ ଗାଁର ଗିରିଧାରୀ ନାଏକଙ୍କ ଘରକୁ ଯାଇଥିଲେ। ସେହି ସମୟରେ ଗିରିଧାରୀଙ୍କ ପରିବାରର ସମସ୍ତ ସଦସ୍ୟ ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ଗିରିଧାରୀ ଦୃଷ୍ଟିବାଧିତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ସଂପର୍କରେ କାହାକୁ ନ କହିବାକୁ ସେ ନାବାଳିକାଙ୍କୁ ହତ୍ୟା ଧମକ ଦେଇଥିଲେ। କିନ୍ତୁ ନାବାଳିକା ଜଣଙ୍କ ଘଟଣା ସଂପର୍କରେ ନିଜ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ତାଙ୍କ ବାପା ମେ’ ୬ ତାରିଖରେ ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବାର ୨ ଦିନ ପରେ ରେଙ୍ଗାଲି ଥାନା ପୁଲିସ ଗିରିଧାରୀ ନାଏକଙ୍କୁ ଗିରଫ କରିଥିଲା। ସେହି ମାସ ୨୮ ତାରିଖରେ ପୁଲିସ୍ ଚାର୍ଜଶିଟ୍ ଦାଖଲ କରିଥିଲା। ଆଉ ଆଜି କୋର୍ଟଙ୍କ ରାୟ ପ୍ରକାଶ ପାଇଥିଲା। ଗିରିଧାରୀ ନାଏକଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।
ଝାରସୁଗୁଡ଼ା ଏସପି ସ୍ମିଥ ପି. ପରମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରେଙ୍ଗାଲି ଥାନା OIC ସମରେନ୍ଦ୍ର ନାୟକ ଏହି ମାମଲାର ତଦନ୍ତ କରିଥିଲେ। ସରକାରୀ ଓକିଲ ପି. ଆର ସିଂହ ଦେଓ ଏହି ମାମଲା ପରିଚାଳନା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
