kalahandi
Advertisment
କଳାହାଣ୍ଡି: ଜୁନାଗଡ ରେଳ ଷ୍ଟେସନରେ ପିଲା ଚୋରି ସନ୍ଦେହରେ ଜଣଙ୍କୁ ଆକ୍ରମଣ କରାଯିବା ଘଟଣାରେ ୧୬ ଜଣକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ଗତ ୧୯ ତାରିଖରେ ଜୁନାଗଡ ରେଳ ଷ୍ଟେସନରେ ପିଲା ଚୋରି ଅଭିଯୋଗରେ ବ୍ରହ୍ମପୁରର ସନ୍ତୋସ ସାବତ ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରି କି ପୋଲିସ ଭ୍ୟାନରୁ ସନ୍ତୋଷଙ୍କୁ ଟାଣିନେଇ ଲୋକେ ମାଡ଼ ମାରିବା ସହ ତାଙ୍କ ଆଖି ତାଡି ଦେଇଥିବା ଅଭିଯୋଗ ହୋଇଥିଲା। ଏପଟେ ପିଲା ଚୋରି ସମ୍ପର୍କିତ କୌଣସି ଖବର ପାଇଲେ ପୋଲିସକୁ ଜଣାଇବାକୁ ଧର୍ମଗଡ ଏସଡିପିଓ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/kalahandi2.jpg)