ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ଏବେ ଅଶାନ୍ତିର ତାଣ୍ଡବ। ୨୦୦୦ ମସିହା ପରଠାରୁ ଏହା ଜଳଜଳ ହୋଇ ବାରି ହୋଇ ପଡୁଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପାଖାପାଖି ୫ ଜଣ ବିଧାୟକ ଏବଂ ସାଂସଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।